ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଞ୍ଚିଚୁଆ ଗ୍ରାମର ଜଣେ ଯୁବକ ବିଜେଡି ଦଳର ଏକ ପ୍ରଚାର ଗାଡ଼ିକୁ ଅଟକାଇବା ସହ ପ୍ରଚାର ଗାଡ଼ିରେ ଥିବା ଯୋଗେନ୍ଦ୍ର ମହାନ୍ତକୁ ଆକ୍ରମଣ କରିଥିବା ନେଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଯୋଗେନ୍ଦ୍ର ମହାନ୍ତ ବିଜେଡି ଦଳର ନିର୍ବାଚନୀ ପ୍ରଚାର କରୁଥିବା ସମୟରେ କଞ୍ଚିଚୁଆ ଲକ୍ଷ୍ମୀ ମଣ୍ଡପ ନିକଟରେ ସେହି ଗ୍ରାମର ରତ୍ନାକର ମହାନ୍ତ ସେହି ଗାଡ଼ିକୁ ଅଟକାଇ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା ! ଏଥିରେ ବିରୋଧ କରିବାରୁ ରତ୍ନାକର ଯୋଗେନ୍ଦ୍ରକୁ ମାଡ଼ ମାରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି । ଗାଡ଼ିରେ ଥିବା ଡ୍ରାଇଭର ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚିବା ପରେ ରତ୍ନାକର ସେଠାରୁ ପାର ହୋଇଯାଇଥିଲା ! ଘଟଣା ସମ୍ପର୍କରେ ଯୋଗେନ୍ଦ୍ର , ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
କଞ୍ଚିଚୁଆ ଲକ୍ଷ୍ମୀ ମଣ୍ଡପ ନିକଟରେ ପ୍ରଚାର ଗାଡ଼ିକୁ ଅଟକାଇ ଯୁବକଙ୍କୁ ଆକ୍ରମଣ ଅଭିଯୋଗ !!!

