ଖରଡ଼ିରୁ ଶିଶୁ ଶ୍ରମିକ ଉଦ୍ଧାର ଘଟଣାରେ ସାହୁକାରକୁ ସିଡବ୍ଲ୍ୟୁସି ସମନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଚାଇଲ୍ଡ୍ ଲାଇନ ପକ୍ଷରୁ ଜାରି ରହିଛି ଚଢ଼ାଉ ! ସୁକିନ୍ଦା ଥାନା ଖରଡ଼ି ଗାଁ ର ଦୋକାନୀ ବାନାମ୍ବର ସାହୁଙ୍କ ଘରେ ଚଢ଼ଉ କରାଯାଇ ଜଣେ ଆଦିବାସୀ ଶିଶୁ ଶ୍ରମିକ କବି (ଛଦ୍ମନାମ) କୁ ଉଦ୍ଧାର କରାଯାଇଛି । ୧୦୯୮ ରେ ଅଭିଯୋଗ ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଙ୍କ ନିର୍ଦ୍ଦେଶରେ ସୁମିତ କୁମାର ଜେନା ଓ ଦୀପକ କୁମାର ସାହୁ ଖରଡ଼ି ଗସ୍ତରେ ଆସି କବି (୧୦) କୁ ଉଦ୍ଧାର କରିଛନ୍ତି । ସିଡବ୍ଲ୍ୟୁସିରେ ହାଜର ପରେ ଉଦ୍ଧାର ଶିଶୁକୁ ସୁକିନ୍ଦା ସ୍ଥିତ ଆମ ଘର ଶିଶୁ ଯତ୍ନଗୃହରେ ଥଇଥାନ କରାଯାଇଛି । ଅନ୍ୟପକ୍ଷରେ ହାଜର ହୋଇ ବୟାନ ରଖିବାକୁ ଅଭିଯୁକ୍ତ ବାନାମ୍ବର ଓ ସଂପୃକ୍ତ ଶିଶୁର ବାପାଙ୍କୁ ସିଡବ୍ଲ୍ୟୁସି ପକ୍ଷରୁ ସମନ୍ ହୋଇଥିବା ନେଇ ଚାଇଲ୍ଡ୍ ଲାଇନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୁରୁଣାପାଣି ଗାଁରେ ରହୁଥିବା କବି ର ମାଆ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଜଣେ ପୁରୁଷ ସହ ପଳାଇଛନ୍ତି । ସେହିପରି କବି ର ବାପା ଦ୍ବିତୀୟ ବିବାହ କରିଛନ୍ତି । ସାବତ ମାଆ କବିକୁ ହତାଦର କରିବାରୁ ବାପା ୪ ମାସ ତଳେ ବାନାମ୍ବର ସହ ଯୋଗାଯୋଗ କରିଥିଲେ । ବାର୍ଷିକ ପ୍ରାପ୍ୟ ଚୁକ୍ତି ଆଧାରରେ ବାନାମ୍ବର ଘରେ ରହି କବି ବଗାଳିଆ (ଚାକର) ଭାବେ ବିଭିନ୍ନ କାମଦାମ କରୁଥିଲା । ୪ ମାସ ଧରି କବି ଡ୍ରପ୍‌ ଆଉଟ୍ ହୋଇ ପାଠପଢ଼ାରୁ ଦୂରେଇ ରହିଥିବା ନେଇ ଖୋଦ୍ ଚାଇଲ୍ଡ ଲାଇନ ଅଭିଯୋଗ କରିଛି ।  ‌

Leave a Reply

Your email address will not be published. Required fields are marked *