ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦୀର୍ଘ ଦିନ ଧରି ଚାଲିଥିଲା ପ୍ରୟାସ ! ବିଭିନ୍ନ କ୍ଷେତ୍ରରେ ଉପେକ୍ଷିତ ତଥା ଅସମ୍ମାନୀତ ହୋଇ ଦାନା ବାନ୍ଧୁଥିଲା ଅସନ୍ତୋଷ ! ରାଜ୍ୟ ସ୍ତରୀୟ ସଂଗଠନ ନିର୍ମାଣ କରି କାର୍ଯ୍ୟରତ ଡିଜିଟାଲ ପ୍ରତିନିଧି ମାନଙ୍କର ଦାବୀ ଉପସ୍ଥାପନା ପାଇଁ ଗଠିତ ହୋଇଯାଇଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! ରାଜଧାନୀ ଗୀତ ଗୋବିନ୍ଦ ଭବନରେ ଆୟୋଜିତ ପ୍ରଥମ ସାଙ୍ଗଠନିକ ବୈଠକରେ ସଂଗଠନର ଦୃଢ ମୂଳଦୁଆ ପଡିଛି ! ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସ୍ତମ୍ଭକାର କେଦାର ମିଶ୍ର ଏବଂ ଉପାଧ୍ୟକ୍ଷ ଆଶୁତୋଷ ସାମନ୍ତରାଙ୍କ ପୌରାହିତ୍ୱ ରେ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା ! ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ , ଡିଜିଟାଲ ମିଡ଼ିଆ ସଂସ୍ଥାପକ ତଥା ସମ୍ପାଦକ ମାନେ ଯୋଗଦେଇ ସର୍ବ ସମ୍ମତି କ୍ରମେ ରାଜ୍ୟ ପରିଚାଳନା କମିଟି ଗଠନ କରିଥିଲେ ! ସାମ୍ବାଦିକ ସତ୍ୟଜିତ ମହାପାତ୍ର ସଭାପତି ଏବଂ କାହ୍ନୁ ଚରଣ ନାୟକ ସାଧାରଣ ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି ! ସଂଗଠନ ପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱରେ ଅନ୍ୟ ତିରିଶ ଜଣ ସଦସ୍ୟ କାର୍ଯ୍ୟଭାର ଗ୍ରହଣ କରିଥିବା ସମୟରେ ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ କମିଟି ଗଠନ ହେବ ବୋଲି ସୂଚନା ମିଳିଛି !
ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ପରିଚାଳନା କମିଟି ଗଠିତ !!!

