ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ୧ମ ବାର୍ଷିକ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ ମୂଖ୍ୟ କାର୍ଯ୍ୟାଳୟ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପବ୍ଲିକ ରିଲେସନ ଅଫିସର , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଗଜପତିର ଏଲ୍.ଏ.ଡି. ପ୍ରସାଦ ରାଉଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡଃ.ଆଲୋକ କୁମାର ବୋଷ , ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ସମ୍ମାନୀୟ ଅତିଥି ରୂପେ ଶ୍ରୀ ମୋନଜ କୁମାର ପାଣି , ରାଜ୍ୟ କଡିନେଟର , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଶ୍ରୀ ଜ୍ଞାନ ରଂଜନ ଜେନା , ସଭାପତି , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଗଜପତି ଓ ମୁଖ୍ୟ ବକ୍ତା ରୂପେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ସଦସ୍ୟ , ଓଡ଼ିଶା ସାହିତ୍ୟ ଏକାଡେମୀ ।ଗଜପତି ଜିଲ୍ଲା ତଥା ରାଜ୍ୟର ସମସ୍ତ ବର୍ଗର ଲୋକମାନେ ମିଶି ଏହି ଅନୁଷ୍ଠାନର ଏକତା କୁ ଆଖିଆଗରେ ରଖି ବିକାଶ ପଥରେ ଯିବା ପାଇଁ ବଞ୍ଛନିୟ ବୋଲି କହିଥିଲେ। ମୂଖ୍ୟ ଅତିଥି ଡଃ.ଆଲୋକ କୁମାର ବୋଷ କହିଥିଲେ ଆମ୍ଭେ ମାନେ ଯେତେ ଦିନ ‌ଏକତା ସହ ହାତକୁ ହାତ ଧରି ଚାଲିନେ , ସେତେଦିନ ଯାଏଁ ଆମେ ସଫଳ ହୋଈନାହୁ। ଆଜି ର ଏ ପ୍ରଥମ ବର୍ଷ ‌ର ସଫଳତା ମୋ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲାର ସଭ୍ୟ/ସଭ୍ୟା ଙ୍କୁ ଏହାର ଶ୍ରେୟ ଦେବାକୁ ଚାହେଁ, ସେ ମାନଙ୍କ ଚେଷ୍ଟା ରେ ହିଁ ଆଜି ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ସଫଳତା ର ଶୀର୍ଷ କୁ ଛୁଇଁ ପାରିଛି । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ , ଗଜପତି , ରାୟଗଡ଼ା,କୋରାପୁଟ ଓ ମାଲକାନଗିରି ଆଦି ଅଞ୍ଚଳର ସଦସ୍ୟ ମାନେ ଉପସ୍ଥିତ ରହି ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର କାର୍ଯ୍ୟକାରୀତା ଓ ତାହାର ସଫଳତା ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ଅଧ୍ୟକ୍ଷ ଡଃ. ଆଲୋକ କୁମାର ବୋଷ ଙ୍କ ଦ୍ୱାରା ଲିଖିତ ଓ ଅନୁବାଦ ହୋଇଥିବା ପୁସ୍ତକ ” ଧାରା” ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପୁସ୍ତକ ” ଧାରା” ପ୍ରସ୍ତୁତିର ଉଦେଶ୍ୟ ହେଲାଯେ, ୩୦ ଗୋଟି ଆର୍ଟିକଲକୁ ଇଂରାଜୀ, ଓଡ଼ିଆ ଓ ତେଲଗୁ ଭାଷାରେ ପ୍ରାଞ୍ଜଳ ଭାବେ ବୁଝାଈ ଦିଆଯାଇଛି । ଯେମିତି ପ୍ରତ୍ୟେକ ଲୋକ ନିଜ ନିଜ ଅଧିକାର କୁ ବୁଝି ପାରିବେ ଓ ନିଜ ଅଧିକାର ପାଇବା ସଂଘର୍ଷ କରିପାରିବେ ଏବଂ ଅନ୍ୟ ଅସହାୟ ଲୋକ ନିଜ ଅଧିକାର ପାଇବାରେ ସହଯୋଗ ହୋଇ ପାରିବ। ଏହି ଅବସରରେ ନୂତନ ସଭ୍ୟ / ସଭ୍ୟାଙ୍କୁ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *