ବୟାଳିଶ ମୌଜ଼ା ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ଦାବୀ !!!

0
201

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବୟାଳିଶ ମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଂଚାୟତ ଗୋପୀନାଥ ମନ୍ଦିର ନିକଟରେ ସିଢୁଆ ନଦୀ ବନ୍ଧ ୯୫ (ଖ) ପଥର ପ୍ୟାକିଙ୍ଗ କିଛି ଅଂଶ ଧସି ଯାଇଛି , ଯାହା ଫଳରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଥିବାବେଳେ ଆଗକୁ ବର୍ଷା ଦିନ ଆସୁଥିବାରୁ ଏହାକୁ ଜରୁରୀ କାଳୀନ ଭିତ୍ତିରେ ନିର୍ମାଣ କରିବାକୁ ମହାନଦୀ ଦକ୍ଷିଣ ବିଭାଜନ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି . ଏହାଦ୍ୱାରା ବୟାଳିଶ ମୌଜ଼ାର ଛଅଗୋଟି ପଂଚାୟତ ବନ୍ୟା ଦାଉରୁ ରକ୍ଷା ପାଇ ପାରିବ ବୋଲି ମତ ଦେଇଛନ୍ତି । ଜନଜୀବନ ର ସୁରକ୍ଷା ଦୃଷ୍ଟିରୁ ନଦୀବନ୍ଧ ସୁଦୃଢ଼ୀକରଣ ଏବଂ ମରାମତି କାର୍ଯ୍ୟକୁ ବିଭାଗ ଗୁରୁତ୍ୱର ସହ ବିଚାର କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି .

LEAVE A REPLY

Please enter your comment!
Please enter your name here