ବାଲିଗୁଡା ବଜ଼ାର ରେ ସାବିତ୍ରୀ ଭିଡ : ୧୮ଟି ଦୋକାନକୁ ସିଲ କଲା ପ୍ରଶାସନ !!!

0
169

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମହାମାରୀ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲକ୍‌ଡାଉନ୍‌ ସଟ୍‌ ଡାଉନ୍‌ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ ବିପଦ ଟଳିନି । ଏଭଳି ପରିସ୍ଥିତିରେ କୋଭିଡ ନିୟମ ଉଲ୍ଲଂଘନ କରି ସାବିତ୍ରୀ ଅମାବାସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି ।

ଅତ୍ୟାବଶ୍ୟକ ଦୋକାନ ସମେତ ଅନ୍ୟ ସମସ୍ତ ଦୋକାନ ଖୋଲା ଯାଇଥିଲା, ଏହାକୁ ନେଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିଜ ଟିମ୍‌ ସହ ଚଢ଼ାଉକରି ୧୮ ଟି ଦୋକାନ ସିଲ୍‌ କରିଛନ୍ତି । ଏହାକୁ ନେଇ କିଛି ବ୍ୟବସାୟୀ ପ୍ରଶାସନ ସହ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି । ଏଥିସହିତ ଅମାନିଆଙ୍କ ନିକଟରୁ ଫାଇନ୍‌ ମଧ୍ୟ ଆଦାୟ କରୁଛି ପ୍ରଶାସନ ।

LEAVE A REPLY

Please enter your comment!
Please enter your name here