ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହର ଉପକଣ୍ଠ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ । ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏକ ସୁନ୍ଦର ଆଶ୍ରୟସ୍ଥଳୀ । ବଦାନ୍ୟ ବ୍ୟକ୍ତି ମାନଙ୍କର ସାହାଯ୍ୟ ସହଯୋଗରେ ପରିଚାଳିତ ହେଉଥିବା ଏହି ବୃଦ୍ଧାଶ୍ରମକୁ ମାନ୍ୟବର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ନାୟକ, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର ଓ ନୟାଗଡ଼ ଏନ୍ଏସିର ପ୍ରାକ୍ତନ ନଗରପାଳ ତଥା ନୟାଗଡ଼ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା ମିଳିତ ଭାବେ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆଜି ସକାଳ ୧୦ ଘଟିକା ସମୟରେ ସମର୍ପଣ ଗୃହରେ କାର୍ଯ୍ୟକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଅରୁଣ କୁମାର ମହାନ୍ତି, ସଦସ୍ୟ ଶ୍ରୀଧର ସାହୁଙ୍କୁ ଏକ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରିଛନ୍ତି। ସମର୍ପଣ ତରଫରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।