ସୁକିନ୍ଦାରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଅକ୍ଷୟ ତୃତୀୟା ଠାରୁ ସୁକିନ୍ଦାରେ ଜଗନ୍ନାଥ ମନ୍ଦିର ପରିସରରେ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ଯଜ୍ଞର ପୂର୍ଣ୍ଣାହୁତି ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଯଜ୍ଞରେ ମନ୍ତ୍ରପାଠ ସହ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ନାମ ସଙ୍କୀର୍ତ୍ତନ ଭକ୍ତଙ୍କ ମନମୁଗ୍ଧ କରିଥିଲା । ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବାପରେ କଳସ ଯାତ୍ରୀମାନେ ପୁଜା ମଣ୍ଡପରୁ ପୂଜା ପାଇଥିବା କଳସ ନେଇ ବିସର୍ଜନ କରିଥିଲେ । ଦୀର୍ଘ ବର୍ଷ ଧରି ଜଗନ୍ନାଥ ମନ୍ଦିର ପରିସରରେ ଚାଲି ଆସିଥିବା ଏହି କାର୍ଯ୍ୟକ୍ରମ ପ୍ରଥମ ଦିନରେ କଳସ ଯାତ୍ରାରୁ ଆରମ୍ଭ ହୋଇଥିଲା । ଶତାଧିକ ମହିଳା ଯଜ୍ଞ ମଣ୍ଡପ ନିକଟରୁ ଏକ ଶୋଭା ଯାତ୍ରାରେ ବାହାରି ନାମ ସଙ୍କୀର୍ତ୍ତନ କରି ବିରିଗଡା ନାଳରୁ କଳସ ପୂଜା କରି ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ତିନି ଦିନ ଧରି ଏହି କାର୍ଯ୍ୟକ୍ରମରେ ପନ୍ଦର ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତଙ୍କ ସମାଗମକୁ ଦେଖି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତିନି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆମିଷ, ନିଶା ସେବନ ଓ ହଳ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ସନ୍ଧ୍ୟାରେ ମା ଖଣ୍ଡୁରାଇ ଆଧ୍ୟାତ୍ମିକ ମଞ୍ଚ ପକ୍ଷରୁ ପକ୍ଷରୁ ପ୍ରବଚନ କାର୍ଯ୍ୟ କରାଯିବା ସହ ସୁକିନ୍ଦା ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଧାର୍ମିକ ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *