ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ !!!

0
185

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ କାଶୀନଗର ଠାରେ ଜନ ସଚେତନତା ସୃଷ୍ଟି ପାଇଁ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! କମିଟିର ଜିଲ୍ଲା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ରକ୍କମ ଲୋକନାଥମ୍ , ଉପ ସଭାପତି ତନୁଜା ଶତପଥୀ , ସହଯୋଗୀ ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ , ଗୋଶାଣୀ ବ୍ଲକ କର୍ମକର୍ତ୍ତା ବାଳକ୍ରିଷ୍ନା ଶୁଦ୍ର , ମୁଚ୍ଚି ବାଙ୍ଗାରୁ , କାଶୀନଗର ବ୍ଲକ ସମ୍ପାଦକ ରେବଲା ଧର୍ମା ରାଓ , ସଦସ୍ୟ ପି . ତିରୁପତ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ! ଘରେ ଟାଟା କମ୍ପାନୀର ପ୍ରି ପେଇଡ ସ୍ମାର୍ଟ ବିଦ୍ୟୁତ ମିଟର ଲଗାଇବା ବାଧ୍ୟତାମୂଳକ ନୂହେଁ ବୋଲି ଜନସାଧାରଣଙ୍କୁ ଅବଗତ କରା ଯାଇଥିଲା ! ସୂଚନା ଅଧିକାର , ଖାଦ୍ୟ ନିରାପତ୍ତା ଆଦି ପ୍ରସଙ୍ଗରେ ବକ୍ତା ମାନେ ସମବେତ ଉପଭୋକ୍ତା ମାନଙ୍କୁ ବୁଝାଇଥିଲେ ! ପ୍ରତି ତେଜରାତି ଦୋକାନରେ ମୂଲ୍ୟ ତାଲିକା ଲଗାଇବା ଓ ବାର୍ଦ୍ଧକ୍ୟ , ଦିବ୍ୟାଙ୍ଗ ଭତ୍ତା ପାଉଥିବା ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କକୁ ଆସି ପାରୁନାହାନ୍ତି , ସେମାନଙ୍କ ଘରେ ଭତ୍ତା ଟଙ୍କା ପହଂଚାଇବା ପାଇଁ ପଦକ୍ଷେପ ନେବା ସକାଶେ ପ୍ରଶାସନକୁ ନିବେଦନ କରାଯିବ ବୋଲି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା !

LEAVE A REPLY

Please enter your comment!
Please enter your name here