ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏବେ ବି ଜାରି ରହିଛି ମହାମାରୀ କରୋନାର ପରାହତ ନିମନ୍ତେ ସଂଗ୍ରାମ। ସମଗ୍ର ବିଶ୍ବରୁ ମହାମାରୀ କରୋନାର ସଂପୂର୍ଣ୍ଣ ବିନାଶ ନ ହେବା ପର୍ଯ୍ୟନ୍ତ ସଚେତନତା ସୃଷ୍ଟି ନିମନ୍ତେ ସଂଗ୍ରାମର ଆବଶ୍ୟକତାକୁ ଉପଲବ୍ଧି କରି ଆଜକୁ ଦୀର୍ଘ ୧୧୩୦ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ କରୋନା ସଚେତନତା,କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିବାର ଦେଖିବାକୁ ମିଳିଛି। ଏଭଳି ସଂଗ୍ରାମ ଜାରି ରଖିଛନ୍ତି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଏହି ପରିପ୍ରକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୨୧ରୁ ୧୧୩୦ ପର୍ଯ୍ୟନ୍ତ ଦଶ ଦିନ ଧରି ନିରବଚ୍ଛିନ୍ନ ଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ କୋଭିଡ୍ କିଟ୍ ସହ ରିଲିଫ୍ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କ ନିର୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଶକ୍ତି ରଞ୍ଜନ ଜେନା,ସର୍ବେଶ୍ଵର ଜେନା, ପ୍ରିତମ ମଲ୍ଲିକ, ସାଗର ଜେନା, ରାକେଶ ଜେନା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ଲୋକମାନଙ୍କୁ ମାକ୍ସ,ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ , ବ୍ଲିଚିଂ, ଓ.ଆର.ଏସ, ଇନ୍ଷ୍ଟା ଭେଜିଟେବୁଲ୍ ୱାସ୍ , ଡେଟେଲ, ଫିନାଇଲ୍ , ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ଫଳ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ନୂଆ ଭାରିଆଣ୍ଟ ପାଇଁ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବାର ଅନୁମାନ କରାଯାଉଛି। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବିଭିନ୍ନ ରାଜ୍ୟରେ ମକଡ୍ରିଲ ମଧ୍ୟ ଆରମ୍ଭ ହୋଇ ସାରିଲାଣି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଦୈନିକ ପ୍ରାୟ ୪୦ରୁ ୫୦ଟି ଟେଷ୍ଟ କରାଯାଉଥିବା ବେଳେ କେବେ କେବେ ଦୁଇ ତିନିଟି ପଜେଟିଭ ମଧ୍ୟ ଦେଖିବାକୁ ମିଳୁଛି । ଏଣୁ ଦେଶରେ ସଂପୂର୍ଣ୍ଣ ଭାବରେ ମହାମାରୀ କରୋନାର ଲୋପ ନ ହେବା ପର୍ଯ୍ୟନ୍ତ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା ବୈଠକ ହେଉଥିବାବେଳେ ଗତ ଗୁରବାର ଦିନ କାର୍ଯ୍ୟକ୍ରମର ୧୧୨୫ତମ ଦିବସର ୪୫ତମ ସମୀକ୍ଷା ବୈଠକ ଇତି ମଧ୍ୟରେ ସ୍ଥାନୀୟ ଡଲଫିନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକକୁ ସଚେତନତା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍ ସଞ୍ଚାଳନ କରିଥିଲେ। ସମୀକ୍ଷକ ଭାବରେ ଯାଦୁକର ଜେ. ପି. କ୍ରିଷ୍ଣା, ଦ୍ବାରିକା ନାଥ ସେନାପତି, ଇତି ପ୍ରଧାନ, ରାହୁଲ ନାୟକ,ରଞ୍ଜିତା ଦଳେଇ, ତରୁଣ ବାରିକ୍, ନିଳିମା ମଲ୍ଲିକ, ଦୂର୍ଗା ପ୍ରସାଦ ଦାସ, ବିଶ୍ୱଜିତ୍ ମଲ୍ଲିକ, ଶଶିକାନ୍ତ ପଣ୍ଡା,ବର୍ଷା ରାଣୀ ମାଝୀ, ଶିଶୁ କବି ଧୀରେନ୍ଦ୍ର ମଲ୍ଲିକ, ପୂଜାରାଣୀ ବେହୁରିଆ ଆଦି ଯୋଗଦାନ କରିଥିଲେ। ସମ୍ପ୍ରତି ଦେଶରେ କରୋନାର ପ୍ରଭାବକୁ ନଜରକୁ ଆଣିବା ସହ ଏହାର ସମ୍ପୂର୍ଣ୍ଣ ଭାବରେ ଲୋପ ହେବା ପର୍ଯ୍ୟନ୍ତ ଏହି ସଚେତନା ଓ କୋଭିଡ୍ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସମୀକ୍ଷକ ମାନେ ମତବ୍ୟକ୍ତ କରିଥିଲେ।
ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ସହ କିଟ୍ ଓ ରିଲିଫ୍ ବଣ୍ଟନର ୪୫ ତମ ସମୀକ୍ଷା ବୈଠକ ସହ କାର୍ଯ୍ୟକ୍ରମ ପହଁଚିଲା ୧୧୩୭ ଦିନରେ !!!

