ଗର୍ଜିଲେ ଫନି କ୍ଷତିଗ୍ରସ୍ତ, କ୍ଷତି ପୂରଣ ପ୍ରଦାନ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ !!!

Spread the love

ବ୍ରହ୍ମଗିରି ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଗର୍ଜିଲେ ଫନି କ୍ଷତିଗ୍ରସ୍ତ, କ୍ଷତି ପୂରଣ ପ୍ରଦାନ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ! ଆମକୁ ଘର ପାଇଁ ଚାରି ଲକ୍ଷ ଟଙ୍କା ଦିଅ l ଏପରି ଦାବୀ ର ସ୍ୱର ଶୁଣିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରେ ! ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିର ଭୋଗମଣ୍ଡପ ପରିସରରେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ର ଆବାହକ ବିହାରୀବନ୍ଧୁ ପଳାଇଙ୍କ ଅଧକ୍ଷତାରେ ବ୍ରହ୍ମଗିରି ଅଞ୍ଚଳର ପ୍ରତି ପଂଚାୟତ ମୁରବୀ ମାନଙ୍କୁ ନେଇ ଫନି କ୍ଷତିଗ୍ରସ୍ତ ଙ୍କୁ କିପରି ଉଚିତ ନ୍ୟାୟ ପ୍ରଦାନ କରାଯିବ ଏକ ପ୍ରେସମିଟ କରାଯାଇଥିଲା l ଏଥିରେ ପ୍ରକୃତ ଫନି କ୍ଷତିଗ୍ରସ୍ତଙ୍କୁ ଚାରିଲକ୍ଷ ଟଙ୍କା ଦିଆଯିବା ସହିତ ସାତପଡ଼ା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକାରେ ସେତୁ ନିର୍ମାଣ ଏବଂ ଧନୁଆ ନଦୀର ସ୍ଥାୟୀ ପ୍ରତିକାର ଦାବୀ କରାଯାଇଥିଲା l ଯଦି ଆଗାମୀ ପନ୍ଦର ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ କମିଟି ପକ୍ଷରୁ ବିରାଟ ଜନ ଆନ୍ଦୋଳନ ର ଡାକରା ଦିଆଯାଇ ରାଜରାସ୍ତାକୁ ବନ୍ଦ କରି ଦିଆଯିବ ବୋଲି କମିଟିର ଆବାହକ ବିହାରୀବନ୍ଧୁ ପଲାଇ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *