ଗଜପତ ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସମାରୋହ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ନୃସିଂହ ଚତୁର୍ଦ୍ଦଶୀ ତିଥି ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଓ ଜନ୍ମ ଦିନ ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଭଜନ ସମାରୋହ ପ୍ରସନ୍ନ କୁମାର ରଥଙ୍କ ପରିଚାଳନାରେ ଭଜନ ସନ୍ଧ୍ୟା ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଏଥିରେ ଗୁରୁ ନୃସିଂହ ନାଥ ପାଢ଼ୀ , କଣ୍ଠ ଶିଳ୍ପୀ ଲୋକନାଥ ପଟ୍ଟନାୟକ, କୁନାବାବୁ ହଳଧର, ଝରଣା ରାଣୀ ପଟ୍ଟନାୟକ ପ୍ରମୁଖ ସଙ୍ଗିତ ପରିବେଷଣ କରିଥିଲେ । ମାଗତା ପଣ୍ଡା ସହଯୋଗ କରିଥିଲେ ।ମନ୍ଦିର ପରିସରର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସମାରୋହ !!!

