ମର୍ମନ୍ତୁଦ ଦୁର୍ଘଟଣା : ସ୍ୱାମୀ ମୃତ , ସ୍ତ୍ରୀ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ଡୁବୁରୀ ରାସ୍ତାରେ ଦୁଇଟି ଦୁର୍ଘଟଣା ଘଟି ସ୍ବାମୀ ମୃତ୍ୟୁ ବରଣ କରିଥିବା ବେଳେ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ଗ୍ରାମର ସୂର୍ଯ୍ୟକାନ୍ତ୍ ବାରିକ (୨୮) ଓ ପତ୍ନୀ ସୁଚିଶ୍ମିତା ବାରିକ (୨୩) ରବିବାର ଭୁବନରେ ଏକ ବାହାଘର କାର୍ଯ୍ୟରେ ଯୋଗଦେଇ ଫେରୁଥିବା ସମୟରେ ସୁକିନ୍ଦା ଛକ ନିକଟରେ ଥିବା ଦେବରାଜ ହୋଟେଲ ସମ୍ମୁଖ ରାଜପଥରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଏହି ଦୁର୍ଘଟଣାରେ ପତ୍ନୀ ସୁଚିସ୍ମିତା ଗୁରୁତର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ! ପତ୍ନୀକୁ ଛାଡି ସୂର୍ଯ୍ୟକାନ୍ତ ଡବୁରୀ ଯାଉଥିବା ସମୟରେ ସିଆରିଆ ଛକ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ଏହି ଦୁର୍ଘଟଣାରେ ସୂର୍ଯ୍ୟକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । କଳିଙ୍ଗନଗର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ସୂର୍ଯ୍ୟକାନ୍ତ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାମ କରିବା ସହ ପରିବାରକୁ ନେଇ ସେହି ଅଞ୍ଚଳର ରହନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ସମ୍ପର୍କରେ ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି !

Leave a Reply

Your email address will not be published. Required fields are marked *