ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ନୟାଗଡ ବ୍ଲକ କାର୍ଯ୍ୟ।ଳୟ ନିକଟଫର ବ୍ଲକ ମିଶନ ଶକ୍ତି କାଫେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସର ମଧ୍ୟରେ ଜଲ୍ଲିାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ଜିଲ୍ଲା ମିଶନ ଶକ୍ତି କାଫେ ର ଶୁଭ ଉଦଘାଟନ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର ରାୟ, ଅଧ୍ୟକ୍ଷ ପଞ୍ଚାୟତ ସମିତି, ନୟାଗଡ କିଶୋର ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୟାଗଡ ପଦ୍ମ ଚରଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତାରାଣୀ ପାତ୍ର, ଡ଼ିପିସି ମିଶନ ଶକ୍ତି ଶ୍ରୀମତୀ ସମୀଧା ପାଢୀ, ଡ଼ିପିଏମ ଓଡିଶା ଜୀବିକା ମିଶନ ସଞ୍ଜୟ କୁମାର ମହାପାତ୍ର ତଥା ସମସ୍ତ ବ୍ଲକର ସମସ୍ତ କର୍ମଚାରୀ ଏବଂ ବ୍ୟାଙ୍କ ମିତ୍ର ଉପସ୍ଥିତ ରହିଥିଲେ । ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ।


