ବଢୁଛି ଦଶପଲ୍ଲା ବିଧାୟକ ଙ୍କ ଲୋକପ୍ରିୟତା : କୁଚକ୍ରୀ ହତାଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିକଶିତ ହେବାରେ ଲାଗିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ଯାହାକୁ ନେଇ ଅଣ ବିଜେଡ଼ି କୁଚକ୍ରୀ ଗୋଷ୍ଠୀ ହତାଶ । ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ଝୋଲା ପଞ୍ଚାୟତ ଘଡେ଼ଇ ବନ୍ଧ ଏବଂ ଆଖପାଖ କିଛି ଅଞ୍ଚଳର ଲୋକମାନେ ସେମାନଙ୍କ ଗ୍ରାମ ର କିଛି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକମାନଙ୍କ ସହ ଭୂମିରେ ବସି ଲୋକ ମାନଙ୍କ ସମସ୍ୟା ବୁଝିଥିଲେ । ଲୋକମାନେ କୁହନ୍ତି ଦଶପଲ୍ଲା ବିଧାୟକ ଏଭଳି ଜଣେ ମଣିଷ ନା ତାଙ୍କ ପାଖରେ ଅଛି ଗର୍ବ ନା ଅହଙ୍କାର । ସମସ୍ତ ଲୋକଙ୍କ ସହ ଭାଇଚାରା ମନୋବୃତ୍ତି ନେଇ ମିଶିଥାନ୍ତି । ଯାହାର ଉଦାହରଣ ଲୋକମାନଙ୍କ ସହ ତଳେ ବସି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ଦିନରାତି ଏକ କରି ଅହରହ ପ୍ରଚେଷ୍ଟା ଜାରି ରଖିଥିବା ଦଶପଲ୍ଲା ବିଧାୟକ ଙ୍କୁ ପାଇ ଆମେ ଗର୍ବିତ ବୋଲି ଜନସାଧାରଣ କହିବା ସହ ଆମେ ବିଧାୟକ ଙ୍କ ସହ ଅଛୁ ଏବଂ କୁଚକ୍ରି ଗୋଷ୍ଠୀ ଙ୍କୁ ଆଗାମୀ ଦିନରେ ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *