ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ଚଳଚ୍ଚିତ୍ର ” ମୀନା ” ପୁରସ୍କୃତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଚଳିତ ବର୍ଷର ୧୩ ତମ ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲରେ ଓଡିଆ ଚଳଚ୍ଚିତ୍ର ” ମୀନା ” ପ୍ରଦର୍ଶିତ ହୋଇ ବହୁ ପ୍ରଶଂସା ସାଉଣ୍ଟିବା ସହିତ ଦୁଇଟି ପୁରସ୍କାର ପ୍ରାପ୍ତ ହେବାରେ ସକ୍ଷମ ହୋଇଛି । ଦିଲ୍ଲୀ NCR ନୋଏଡା ଠାରେ ଅନୁଷ୍ଠିତ ” ଦାଦା ସାହେବ୍ ଫାଲକେ ଫିଲ୍ମ ଫେଷ୍ଟିଭାଲ – ୨୩ ର ଭବ୍ୟ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରକୁ ଉତ୍କର୍ଷ ନିର୍ମାତା ର ପ୍ରମାଣପତ୍ର ଓ କୃତି ପ୍ରତିଯୋଗୀ ମୋମେଣ୍ଟୋ, ଏହି ଚଳଚ୍ଚିତ୍ରର ପ୍ରଯୋଜକ କାହାଣୀ, ଚିତ୍ର ନାଟ୍ୟ, ସଂଳାପ ଶ୍ରୀଯୁକ୍ତ ନବ କିଶୋର ଦାସଙ୍କୁ ମଞ୍ଚରେ ଅଟିଥି ମାନେ ପୁରସ୍କୃତ କରିଛନ୍ତି । ପୁରସ୍କାର ପାଇବା ପରେ ଶ୍ରୀଯୁକ୍ତ ଦାସ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିଭୂତି ଭୂଷଣ ଭାରତ, କ୍ୟାମେରା ଅକ୍ଷୟ ବେହେରା, ଏଡିଟିଙ୍ଗ ଜିତୁ ଭାଇନା, କଳା ନିର୍ଦ୍ଦେଶକ ପ୍ରଦୀପ ମୁର୍ମୁ, ଅଭିନୟରେ ଭବାନୀ ପ୍ରସାଦ, ମିଟୁ ମିଥୁନ, ମାନ୍ୟତା, ଟୁମି ଅନନ୍ୟା, ଡ. ତ୍ରିଲୋଚନ ଖୁଣ୍ଟିଆ, ରାଜେଶ୍ ସାମଲ, ଚନ୍ଦ୍ର ପ୍ରକାଶ, ସଞ୍ଜିବ, ଡ. ସତ୍ୟ ଦାସ ଓ ଲାଡୋଲି ପ୍ରଭୃତି କଳାକାର ମାନଙ୍କର ପରିଶ୍ରମର ଫଳ ତଥା ଓଡ଼ିଶା ବାସୀଙ୍କ ଭଲ ପାଇବା ଯୋଗୁଁ ଏ ଆଜି ଦାଦା ସାହେବ୍ ମଞ୍ଚରେ ଆମ ଓଡ଼ିଶାର ଏହି ଚଳଚ୍ଚିତ୍ରଟି ପୁରସ୍କାର ପାଇ ପାରିଛି ।

Leave a Reply

Your email address will not be published. Required fields are marked *