ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଗତକାଲି ସନ୍ଧ୍ୟାରେ, ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଦଳର ନେତା କର୍ମୀମାନେ ଉପସ୍ଥିତ ହୋଇଥିଲେ । କର୍ଣ୍ଣାଟକ ରାଜ୍ୟର ବିଧାନସଭା ନିର୍ବାଚନ ରେ ସର୍ବମୋଟ ୨୨୪ ସ୍ଥାନରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ସମସ୍ତ ସ୍ଥାନର କଂଗ୍ରେସ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୧୩୬ ଗୋଟି ସ୍ଥାନରେ କଂଗ୍ରେସ ଦଳ ବିପୁଳ ପରିମାଣର ଭୋଟ ପାଇ ବିଜୟୀ ହୋଇଥିଲେ । ଯାହା ଫଳରେ କର୍ଣ୍ଣାଟକର ରାଜ୍ୟ ରେ କଂଗ୍ରେସ ସରକାର ଗଢିବା ନେଇ ସାରା ଭାରତରେ କଂଗ୍ରେସ ଦଳରେ ଏକ ଖୁସିର ମାହଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଖୁସିର ମାହଲ ରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସମ୍ମୁଖରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ଓ ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ବାଣ ଫୁଟାଇ ଖୁସି ଆନନ୍ଦ ଉଲ୍ଲାସର ସହିତ ମିଷ୍ଟାନ୍ନ ଖୁଆ ଖୁଈ ହୋଇ ଗୋଟିଏ ଆନନ୍ଦ ଉଲ୍ଲାସର ବାତାବରଣ ଗଜପତି ଜିଲ୍ଲା କଂଗ୍ରେସରେ ଦେଖିବାକୁ ମିଳିଥିଲା । ଆଜିର ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମ ରେ ବସନ୍ତ ପଣ୍ଡା, ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, କୁନାମାଝି, ମଫେଲ ସ୍ୱଲସିଂ, ଜାମିନ ସାହିଦ ରଫି, ସଂଗ୍ରାମ ସାହୁ, ବେର୍ନିକ ଗମାଙ୍ଗ, ଗୋବିନ୍ଦ ପାଢ଼ୀ, ପ୍ରମୁଖ ନେତା କର୍ମୀମାନେ ଉପସ୍ଥିତିରେ କାର୍ଯ୍ୟକ୍ରମ କୁ ପରିଚାଳନା କରାଯାଇଥିଲା ।
ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ବିଜୟ ଉତ୍ସବ ପାଳିତ !!!

