ଧାର୍ମିକ ଅନୁଷ୍ଠାନ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5 ଟି ସଚିବ ଙ୍କୁ କୃତଜ୍ଞତା !!!

0
112

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଧାର୍ମିକ ଅନୁଷ୍ଠାନ କୁ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5 ଟି ସଚିବ ଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରାପଡା ବାସୀ । 5 ଟି ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗ୍ରସ୍ତ ସମୟରେ ପ୍ରଥମ ଦିବସ ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଭିନ ଧାର୍ମିକ ପୂଜା ସ୍ଥଳୀ ଓ ସ୍କୁଲ କଲେଜ ପରିଭ୍ରମଣ କରିଥିଲେ । ନିଜ ପ୍ରତିଶୃତି ମୁତାବକ 5ଟି ସଚିବ ପ୍ରଥମେ ସ୍କୁଲ ଓ କଲେଜ କୁ ଅନୁଦାନ ରାଶି ଯୋଗାଇବା ପରେ ପାଟକୁରା ନିର୍ବାଚନ ମଣ୍ଡଳୀ ର ତିନି ବ୍ଲକ ଡେରାବିଶ, ମାର୍ଶାଘାଇ ଓ ଗରଦପୁର ବ୍ଲକ ର ବିଭିନ ଧାର୍ମିକ ଅନୁଷ୍ଠାନ ର ଉନ୍ନତି କରଣ ପାଇଁ 9 କୋଟି 44 ଲକ୍ଷ୍ୟ ଟଙ୍କା ଅନୁମୋଦନ କରିଛନ୍ତି । କେବଳ ଡେରାବିଶ ବ୍ଲକ ର ବିଭିନ୍ନ ମନ୍ଦିର ପାଇଁ ଛ କୋଟି 94 ଲକ୍ଷ ଟଙ୍କା ଅନୁଦାନ ରାଶି ଯୋଗାଇ ଦେଇଛନ୍ତି । ଏନେଇ ଆଜି ପାଟକୁରା ବିଜେଡି ପକ୍ଷରୁ ଡେରାବିଶ ଦଧିବାମନ ଜୀଉ ମନ୍ଦିର ପରିସର ରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଏକ କୃତଜ୍ଞତା ସଭା ଆୟୋଜିତ କରାଯାଇଥିଲା । ଧାର୍ମିକ ପୀଠ ସ୍ଥଳୀକୁ ଅନୁଦାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5ଟି ସଚିବ ଙ୍କୁ ପାଟକୁରା ବିଜେଡି ନେତା ଓ କର୍ମୀ ଏକତ୍ରିତ ହୋଇ କୃତଜ୍ଞତା ଜ୍ଞାପନ କରିଥିଲେ । 5 ଟି ସଚିବ ଙ୍କ ଗସ୍ତ ସମୟରେ ପାଟକୁରା ର ଅନେକ ପୁରାତନ ମଠ ଓ ମନ୍ଦିର ପରିଦର୍ଶନ କରିଥିଲେ । ପନ୍ଦର ଦିନ ଭିତରେ ମନ୍ଦିର ଗୁଡିକ ର ଉନ୍ନତି ପାଇଁ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ନିଜ ପ୍ରତିଶୃତି ରକ୍ଷlକରି 5 ଟି ସଚିବ ଅନୁଦାନ ରାଶି ଯୋଗାଇ ଦେଇଥିବାରୁ ଅଞ୍ଚଳ ବାସି ଓ ନେତୃବୃନ୍ଦ ଭିକେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here