ଯୋଗିପଡୁ ଗ୍ରାମରେ ବାଲ୍ ମୁକୁନ୍ଦ ଅନ୍ତର୍ଗତ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ !!!

0
140

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷା ଓ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ସହିତ ଜଡିତ ହୋଇ ପ୍ରତି ରବିବାର ଭ୍ରାମ୍ୟମାଣ କରି ସେହି ଗ୍ରାମରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରୁଛନ୍ତି । ଆଜି ଗୁମ୍ମା ବ୍ଲକ, ଜିବା ପଞ୍ଚାୟତର ଯୋଗୀପଡୁ ଗ୍ରାମରେ ଥିବା ଶବର ସମାଜ କଲ୍ୟାଣ ସମିତିର ସତସଙ୍ଗ ଗୃହରେ ସ୍ଥାନୀୟ ଲୋକପ୍ରିୟ ଶିଶୁପ୍ରେମୀ ଶିକ୍ଷକ କ୍ରିଷ୍ଣା ରାଓଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାର୍ଥୀ ଜାନି ଶିରିସା ଶବରଙ୍କୁ ପ୍ରତି ରବିବାର ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଦାୟୀତ୍ବ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ସମାପ୍ତି ପରେ ପୂର୍ବରୁ ଚାଲୁଥିବା ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ନିକଟସ୍ଥ ଝାମି ପଞ୍ଚାୟତର ରସିକରାଜପୁର ଗ୍ରାମକୁ ସଂଯୋଜକ ଭ୍ରାମ୍ୟମାଣ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ପିଲାମାନଙ୍କୁ ସତସଙ୍ଗର ମୁଖ୍ୟ ରମେଶ ଶବର ରାଜସିକ, ତାମସିକ ଓ ସାତ୍ତ୍ୱିକ ଆହାର ବିଷୟରେ ବୁଝାଉଥିଲେ l ସେହି ବିଷୟ ଆଲୋଚନା ପରେ ଗୁମ୍ମା ବ୍ଲକର ସମସ୍ତ ବାଲ ପ୍ରାଥମିକ ସଂସ୍କାର କେନ୍ଦ୍ରମାନଙ୍କର ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରିବା ପାଇଁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପ୍ରସ୍ତାବ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here