ତାଳବସ୍ତ ଉଚ୍ଚ ବିଦ୍ୟାଳୟର ଦଶମ ଟପ୍ପର ଅନୁ ବାରିକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷାରେ ଡମପଡା ବ୍କକର ବହୁ ପୁରାତନ ସ୍କୁଲ ତାଳବସ୍ତ ସରକାରୀ ବିଦ୍ୟାଳୟର ଛାତ୍ରୀ ଅନୁ ବାରିକ୍ ୬୦୦ ରୁ ୫୨୫ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ମାତ୍ର ଅଳ୍ପ ମାର୍କ ପାଇଁ ଏ – ୧ ରୁ ବଂଚିତ ଥିବା ଅନୁ ବାରିକ ଭବିଷ୍ୟତରେ +୨ ପରୀକ୍ଷାରେ ଭଲ କରିବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି । ଅନୁଙ୍କ ଘର ଅରପୁର । କରୋନା ସମୟରେ ପକ୍ଷାଘାତରେ ପିଡିତ ଥିବା ବାପା ଭଜବନ ବାରିକଙ୍କର ଦେହାନ୍ତ ହୋଇଥିଲା । ମାତା ରାଣୀ ଦେଇଙ୍କର ଅନୁ ହେଉଛନ୍ତି ଷଷ୍ଠ ଝିଅ । ଭଜମନ ଏବଂ ରାଣୀ ଙ୍କ ଦାମ୍ପତ୍ୟ ଜୀବନ ବହୁ ସଂଘର୍ଷପୂର୍ଣ୍ଣ ଅଟେ । ଜୀବନ ଯନ୍ତ୍ରଣାରେ କେବେ ସେ ହାର ମାନି ନାହାନ୍ତି , କନ୍ୟାରତ୍ନ ମାନଙ୍କର ପଢାପଢିରେ । ଭୁବନେଶ୍ବରରେ ସ୍ବଳ୍ପ ଦରମାରେ ହୋମଗାର୍ଡ ଚାକିରୀ କରିଥିବା ଅନୁ ଙ୍କ ଦାଦା ଲକ୍ଷ୍ମୀଧର ଙ୍କ ଉପରେ ଦୁଇ ପରିବାର ନିର୍ଭର କରନ୍ତି । ଭଲ ମହାବିଦ୍ୟାଳୟରେ ପଢିବାକୁ ଇଛା ଥିଲେବି ଗୋଟିଏ ଘରୁ ପାଞ୍ଚ ଜଣ ପିଲାଙ୍କର ମହାବିଦ୍ୟାଳୟ ଶିକ୍ଷାରେ ଅର୍ଥ ହିଁ ପ୍ରତିବଂଧକ ସାଜିଛି । ଏହି ଗରୀବ ମେଧାବୀ ଅନୁ ବାରିକ ଆଗାମୀ ଦିନରେ ସ୍ଥାନୀୟ ଡମପଡା ଆଂଚଳିକ ମହାବିଦ୍ୟାଳୟରେ +୨ କଳା ପଢିବାକୁ ନିଷ୍ପତି ନେବା ସହିତ ଭବିଷ୍ୟତରେ ଜଣେ ଭଲ ଶିକ୍ଷୟତ୍ରୀ ହେବାକୁ ଲକ୍ଷ ରଖିଛନ୍ତି ।ମେଧାବୀ ଗରିବ ଝିଅ ଅନୁର ଉଚ୍ଚ ଶିକ୍ଷାପାଇଁ କୌଣସି ବ୍ୟକ୍ତି ବିଶେଷ ଆର୍ଥିକ ସହଯୋଗ କଲେ ଭଲ ହୁଅନ୍ତା ବୋଲି ଅରପୁର ଗ୍ରାମର ସାମାଜିକ କର୍ମି ଶୁଭ୍ରାଂଶୁ ଶେଖର ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅନୁଙ୍କ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକିର ଚରଣ ମିଶ୍ର ଏବଂ ଟିୟୁସନ ଶିକ୍ଷକ ତ୍ରିନାଥ ସାହୁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *