କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : MBK ,CRP ଓ ବ୍ୟାଙ୍କ ମିତ୍ରା ଚୟନରେ ଅନିୟମିତତାକୁ ନେଇ ଡେରାବିଶ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟଳୟରେ ମିଶନ ଶକ୍ତି ମହାସଂଘ ପକ୍ଷରୁ ବିଡିଓ ଙ୍କୁ ଅଭିଯୋଗ କଲେ ମହିଳା । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ବିଡିଓ ଙ୍କ କାର୍ଯ୍ୟଳୟରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ସୂଚନା ଯୋଗ୍ୟ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଅନ୍ତର୍ଗତ କାଉପଡା ପଞ୍ଚାୟତରେ ବିଗତ ଦିନରେ MBK, CRP ଓ ବ୍ୟାଙ୍କ ମିତ୍ରା ନିଯୁକ୍ତି ପାଇଁ ପ୍ରକ୍ରିୟାକରଣ ହୋଇଥିଲା । ତେବେ ଉକ୍ତ ପ୍ରକ୍ରିୟା କରଣରେ ଅନିୟମିତତା ଓ ଚଞ୍ଚକତା ଅଭିଯୋଗ ହୋଇଥିବାରୁ ପ୍ରକ୍ରିୟା କରଣ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ଗତକାଲି ଡେରାବିଶ ବ୍ଲକ ବିଡିଙ୍କ କାର୍ଯ୍ୟଳୟରେ ମିଶନ ଶକ୍ତି ମହାସଂଘ ର ମହିଳା ମାନେ ବିଡିଓ ଙ୍କୁ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି । ତେବେ ଧାରଣା ରତ ମିହିଳା ମାନଙ୍କୁ କେବେ କି ପ୍ରକାର ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।
ମିଶନ ଶକ୍ତି ମହାସଂଘ ପକ୍ଷରୁ ଡେରାବିଶ୍ ବ୍ଲକ ବିଡିଓଙ୍କୁ ଅଭିଯୋଗ !!!

