ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ସ୍ଥିତ ବ୍ରାହ୍ମଣ ସୀତାପୁର ଗ୍ରାମ ରେ ଅନୁଷ୍ଠିତ ଠାକୁରାଣୀ ଯାତ୍ରା ଆଜି ତୃତୀୟ ଦିନରେ । ୯ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ରେ ପ୍ରତିଦିନ ଭକ୍ତମାନେ ବିଭିନ୍ନ ବେଶରେ ସଜାଇ ହୋଇ ଲୋକଙ୍କ ମନରଞ୍ଜନ କରୁଥିବା ବେଳେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସଂଧ୍ଯା ରେ ତିନି ଠାକୁରାଣୀ ଗ୍ରାମ ପରିକ୍ରମା କରିବା ସମୟରେ ଜନଗହଳି ଲାଗି ରହିଥିଲା । ଆଖପାଖ ଗାଁରୁ ଭକ୍ତମାନଙ୍କ ସହ ରାଜ୍ଯ ତଥା ରାଜ୍ଯ ବାହାରୁ ବହୁ ସଂଖ୍ଯାରେ ଲୋକମାନେ ଯୋଗ ଦେଇଥିବା ବେଳେ କୋଳାହଳମୟ ପରିବେଶ ସ୍ରୁଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଏହା ସହିତ ଆଜି ଗ୍ରାମ ର କୁଳ ଦେବତା ଶ୍ରୀ ଶ୍ରୀ ରାମଲିଙ୍ଗେଶ୍ବର ଙ୍କ ବିବାହ ମହୋତ୍ସବ ସଂମ୍ପର୍ଣ୍ଣ ହୋଇଥିବା ଯୋଗୁଁ ଭକ୍ତଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି । ଯାତ୍ରା ପରିଚାଳନା କମିଟି ର ସଭାପତି ମହେନ୍ଦ୍ର ବରାଡ଼ ସଂପାଦକ ଜଗନ୍ନାଥ ନାସୁ କୋଷାଧ୍ୟକ୍ଷ ମନୋରଞ୍ଜନ ପଣ୍ଡା ଙ୍କ ସହିତ ଅନ୍ୟ ସଦସ୍ଯ ମାନେ ବହୁତ ସୁନ୍ଦର ଭାବେ ଯାତ୍ରା ପରିଚାଳନା କରୁଥିବା ବେଳେ ଯୁବଗୋଷ୍ଠୀ ଶାନ୍ତିଶୃଙ୍ଖଳା ବଜାୟ ରଖିବା ରେ ସହାୟତା କରୁଛନ୍ତି ।