ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ଟିକାଦାନ କେନ୍ଦ୍ରରେ ନବୀନ ପଟ୍ଟନାୟକ ଙ୍କ ଫଟୋ ଥାଇ ବ୍ୟାନର ଲାଗିବାକୁ ନେଇ ଉତ୍ତେଜନା ଦେଖା ଯାଇଥିବା ବେଳେ ବିଜେପି କର୍ମୀଙ୍କ ଦାବୀ କ୍ରମେ ବିଭିନ୍ନ ସ୍ଥାନରେ ପ୍ରଶାସନ ମଧ୍ୟ ହସ୍ତକ୍ଷେପ କକରିଥିଲା । ସମଗ୍ର ଓଡିଶା ରେ ବିଜେଡି ଚାଲାକ ର ସହ କେନ୍ଦ୍ର ଦେଇଥିବା ଟିକାକୁ ନିଜର ବୋଲି ପ୍ରମାଣ କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ର ହୋଡିଂ ଲଗାଇ ଅସୁଥିଲା ବୋଲି ବିଜେପି ଅଭିଯୋଗ କରି ଆସୁଥିଲା । ତେବେ ଏକ ନୂଆ ଘଟଣାକ୍ରମରେ ଢେଙ୍କାନାଳର ବିଭିନ୍ନ ଟୀକା କେନ୍ଦ୍ର ମାନଙ୍କରେ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ ଙ୍କ ଫଟୋ ସହ ହୋଡିଂ ଲାଗିଥିବାର ଦେଖିବାକୁ ମିଳିଛି ।