ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ବିଜୁ ଜନତା ଦଳର ଜିଲ୍ଲା କମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲା ସଭାପତି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୁନଃ ଅବସ୍ଥାପିତ ହୋଇଥିବା ବେଳେ ୧୨ ଜଣ ଉପସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଉପସଭାପତି ମାନେ ହେଲେ ପ୍ରସନ୍ନ ପ୍ରଧାନ, ପଦ୍ମଉଦୟ ଭାନୁ, ନିତ୍ୟାନନ୍ଦ ପ୍ରଧାନ, ସୂର୍ଯ୍ୟମଣୀ ଦାସ, ଶେଷଦେବ ସ୍ୱାଇଁ, ଦିଲ୍ଲୀପ କୁମାର ଦଳବେହେରା, ନିରଞ୍ଜନ ବେହେରା, ଗୟାଧର ପରିଡା, କିଶୋର ଚନ୍ଦ୍ର ଦାସ, ହୁଲ୍ଲାସ ନାୟକ, ଗିରିଜାକାନ୍ତ ମହାପାତ୍ର ଓ ପାଣ୍ଡବ ସେଠୀ । ସେହିପରି ଭାବେ ସାଧାରଣ ସମ୍ପାଦକ ଭାବେ ୨୦ ଜଣଙ୍କୁ ନିଯୁକ୍ତି ମିଳିଛି । ଏଥି ସହିତ ୬୦ ଜଣଙ୍କୁ ସମ୍ପାଦକ ଭାବରେ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ଜଣ ସୋସିଆଲ ମିଡିଆ କୋଡିନେଟର ନିଯୁକ୍ତ ହୋଇଛନ୍ତି । ନୟାଗଡ଼ ପୌରାଞ୍ଚଳ ଓ ୪ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଭାପତି ନିଯୁକ୍ତ ହୋଇଛନ୍ତି । ଶଙ୍ଖ ଭବନରୁ ଆଜି ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର କମିଟି ଘୋଷଣା କରାଯାଇଛି ।
ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ !!!

