ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବେକରେ ଜଣାଶୁଣା ଗଣମାଧ୍ୟମର ନକଲି ପରିଚୟ ପତ୍ର ! ହାତରେ କମ୍ପାନୀ ଲୋଗୋ ଲାଗିଥିବା ମାଇକ , ଆଉ ମୁଣ୍ଡରେ ଗୋଟିଏ ଚିନ୍ତା – କେମିତି କୋଉଠୁ କିଛି ମିଳିବ ! ଆଉ ଯଦି ମାଲ ନମିଳିଲା , ଆରମ୍ଭ ହେଉଛି ବିଭ୍ରାନ୍ତିକର ଖବର ପରିବେଷଣ ! ବାଙ୍କୀର ବଢ଼ିବାରେ ଲାଗିଛି ଏପରି ଟ୍ରେଣ୍ଡ ! ମେଳ ହୋଇ ବୁଲୁଛନ୍ତି , ଆଉ ତାଳ ଦେଖି ପୁରା ଖୋଳ କରୁଛନ୍ତି ! ଡିଜିଟାଲ ମିଡିଆରେ କାମ କରୁଥିବା ସାମ୍ବାଦିକଙ୍କୁ ନକଲି କହୁଥିବା କିଛି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କର ଏହା ପାଲଟିଛି ନିତିଦିନିଆ ରୁଟିନ ୱାର୍କ ! ଏପରି ଏକ ଘଟଣା ସାମନାକୁ ଆସିଛି ବାଙ୍କୀ ସହର ଉପକଣ୍ଠ ଢଅଂସର ପଞ୍ଚାୟତରେ ! କିଛି ଆସାମାଜିକ ବ୍ୟକ୍ତି ନିଜକୁ ସାମ୍ବାଦିକ କହି ମାଗିଥିଲେ ବଟି ! ଟଙ୍କା ନ ମିଳିବାରୁ ମଣ୍ଡି ରେ ଭିଆଇଲେ ପ୍ରାୟୋଜିତ ବିଶୃଙ୍ଖଳା ! ଯେଉଁଥିପାଇଁ ସମ୍ପାଦକ ମଣ୍ଡି ପ୍ରଥମ ଦିନରୁ ହିଁ , ଧାନ ମଣ୍ଡି କୁ କରିଛନ୍ତି ବନ୍ଦ ! ଏଵେ ଖଳା ବାଡ଼ିରେ ପଡି ରହିଛି ଧାନ, ତୁରନ୍ତ ମଣ୍ଡି ଫିଟିବା ପାଇଁ ପ୍ରଶାସନ ନିକଟ ରେ ସୋସାଇଟି ବୋର୍ଡ କମିଟି ପକ୍ଷରୁ ଦାବି ଜୋର ଧରିଲା !

ଉଦଘାଟନ ର ଗୋଟିଏ ଦିନ ରେ ବନ୍ଦ ହୋଇଗଲା ବାଙ୍କୀ ଢଅଂସର ସେବା ସମବାୟ ସମିତି ର ଚଳିତ ବର୍ଷ ର ରବିଧାନ ମଣ୍ଡି ! ଯେଉଁଥି ପାଇଁ ଏଵେ ଚାଷୀ ଅସନ୍ତୋଷ ତୀବ୍ର ରୂପ ଧରିବା ଆରମ୍ଭ କଲାଣି ! ସେପଟେ ସେବା ସମିତି ସମ୍ପାଦକ ଧାନ ମଣ୍ଡି ଖୋଲିବାକୁ ନେଇ ନିଜକୁ କୁଆଡେ ସୁରକ୍ଷିତ ମନେ କରୁନାହାନ୍ତି ବୋଲି ସେବା ସମିତି ବୋର୍ଡ ର ସଭାପତି ଆଣିଛନ୍ତି ଅଭିଯୋଗ ! ଅନ୍ୟପଟେ କାଳ ବୈଶାଖୀ ର ପ୍ରଭାବ ଯୋଗୁ ଏଵେ ଚିନ୍ତାରେ ଚାଷୀ ! ଅଭିଯୋଗ ଯେ , ମଣ୍ଡିର ପ୍ରଥମ ଦିନ ରେ କିଛି ଅସାମାଜିକ ଯୁବକ ନିଜକୁ ଏକ ପ୍ରତିଷ୍ଠିତ ସଂସ୍ଥା ର ସାମ୍ବାଦିକ କହି ଦେଖାଇଥିଲା ନିଜର ରୋବାବ ଓ ଦବଙ୍ଗଗିରି ! ଯାହାକୁ ବାରଣ କରିଥିଲେ ସେବା ସମିତି ର ସମ୍ପାଦକ ! ପରେ ଏହାକୁ କିଛି ଗଣମାଧ୍ୟମ ପ୍ରତିନିଧି ଅତିରଂଜିତ କରି ଖବର ପରିବେଷଣ କରିଥିଲେ ! ଏଵେ ଏହାକୁ ନେଇ ଚାଷୀ ଓ ବୋର୍ଡ କମିଟି ମଧ୍ୟ ରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି ! ସେପଟେ ସେବା ସମିତି ର ସମ୍ପାଦକ ନ୍ୟାୟ ପାଇଁ ଏଵେ ସମିତି ର ବୋର୍ଡ କମିଟି ର ଦ୍ୱାରସ୍ଥ ହୋଇଛନ୍ତି ! କମିଟି ସଭାପତି ଏଵେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ , ବାଙ୍କୀ ପ୍ରଶାସନ ତୁରନ୍ତ ଚାଷୀ ଙ୍କ ସ୍ୱାର୍ଥ କୁ ନେଇ ଏ ଦିଗରେ କିଛି ଠୋସ ପଦକ୍ଷେପ ନିଅନ୍ତୁ ! ବାଙ୍କୀ ନୂଆଗାଁ ଅଞ୍ଚଳର ଯେଉଁ ଯୁବକ ନିଜକୁ ଏକ ଟିଭି ର ରିପୋର୍ଟର କହି ଏହି ଭଳି ଭାବେ ନିଜର ଉତ୍ପାତ ଜାରି ରଖିଛନ୍ତି , ଉକ୍ତ ଯୁବକ ଙ୍କ ବିରୋଧ ରେ ଖୁବ ଶୀଘ୍ର କମିଟି ଆଇନ ର ଆଶ୍ରୟ ନେବ ! ଏହା ସହିତ ଉକ୍ତ ସଂସ୍ଥାର ଚିଫ ଏଡିଟର ଓ ମାଲିକ ଙ୍କୁ ମଧ୍ୟ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା !

