ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରେ ଘୂର୍ଣ୍ଣିଝଡ଼ ଘଟି ଗୋଟିଏ ପରିବାରର ରହିବା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ସଂପୃକ୍ତ ପରିବାର ଖୋଲା ଆକାଶ ତଳେ ରହୁଥିବା ଦେଖିବାକୁ ମିଳିଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ୱୋ ପଞ୍ଚାୟତର ପଳାସଖଳି ଗ୍ରାମ ର କୁନୁରାମ ସଏଙ୍କ ପରିବାର ରହୁଥିବା ଘର ଘୂର୍ଣ୍ଣିଝଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବର ପାଇ ସ୍ଥାନୀୟ ସରପଞ୍ଚ କଳ୍ପନା ପାତ୍ର କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚି ଜରିପାଲ ଓ ରାସନ ସାମଗ୍ରୀ ଯୋଗାଇ ଦେବା ସହ ଯଥାଶୀଘ୍ର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । କୁନୁରାମ, ପତ୍ନୀ ରେବତୀ ଓ ଦୁଇ ପୁଅ ସେହି ଘରେ ବସବାସ କରନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଘୂର୍ଣ୍ଣିଝଡ଼ ଏହି ପରିବାର ପାଇଁ ବଞ୍ଚିବାର ରାହା ଉଡାଇନେଇଛି । ଯଥାଶୀଘ୍ର ସେହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି ।
ଘୂର୍ଣ୍ଣିଝଡ଼ ପ୍ରଭାବରେ ଖୋଲା ଆକାଶ ତଳେ ପରିବାର !!!

