ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜନୈତିକ ଶତ୍ରୁତାରୁ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ l ଦିନଦ୍ବିପ୍ରହରେ ଧାରୁଆ ଅସ୍ତ୍ରରେ ସରପଞ୍ଚଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ l ଆକ୍ରମଣରେ ପ୍ରାୟ 10 ଜଣ ସାମିଲ ଥିବା ଅଭିଯୋଗ l ନୟାଗଡ ଇଟାମାଟି ଥାନା ଗଦାଧର ପ୍ରସାଦ ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କୁ ଆକ୍ରମଣ ହୋଇଥିବାର ଜଣାଯାଇଛି । ସରପଞ୍ଚଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନୟାଗଡ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି l ଇଟାମାଟି ଥାନା ହରିପୁର ଗାଁରେ ସରପଞ୍ଚଙ୍କୁ ଆକ୍ରମଣ ହୋଇଥିବାର ସୂଚନା l ସରପଞ୍ଚ ଲକ୍ଷ୍ମୀଧର ପାତ୍ର ବିଜେଡି ସମର୍ଥିତ ନେତା ହୋଇଥିବାରୁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର ବିରୋଧି କର୍ମୀ ଆକ୍ରମଣ କରିଥିବା ନେଇ ହୋଇଛି ଅଭିଯୋଗ l ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି l