ଗ୍ରାମଦେବୀ ନିଳାମା ଠାକୁରାଣୀ ମନ୍ଦିରରେ ନବରାତ୍ର ପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗ୍ରାମଦେବୀ ନିଳାମା ଠାକୁରାଣୀ ମନ୍ଦିରରେ ନବରାତ୍ର ପୂଜା ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ନିକଟରେ ଥିବା ଗ୍ରାମଦେବୀ ନିଳାମା ଠାକୁରାଣୀ ମନ୍ଦିରରେ ନବ ରାତ୍ର ପୂଜା ହେଉଅଛି । ଏହି ପୂଜା ପ୍ରତିପଦା ଠାରୁ ଆରମ୍ଭ ହୋଇ ଦଶହରା ଦିନ ଶେଷ ହୋଇଥାଏ ! ଯଥାରୀତି ନୀତିରେ ପ୍ରତିଦିନ ସକାଳ ଠାରୁ ରାତି ପର୍ଯ୍ୟନ୍ତ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ସକାଳେ ହଳଦୀ ପାଣି ଓ କୁଙ୍କୁମ, ସିନ୍ଦୂର ହଳଦୀ, ନଡ଼ିଆ, କଦଳୀ, ଫୁଲ ଫଳ ପ୍ରଭୃତି ବିଭିନ୍ନ ପୂଜା ସାମଗ୍ରୀ ଧରି ମହିଳା ମାନେ ମାଆଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଅଖଣ୍ଡ ଦୀପ ମାଆଙ୍କ ନିକଟରେ ଜଳିବାର ବ୍ୟବସ୍ଥା ରହିଛି । ସନ୍ଧ୍ୟା ସମୟରେ ମହିଳା ଓ ଝିଅ ମାନଙ୍କ ପାଇଁ ଦାଣ୍ଡିଆ ନାଚର ଆୟୋଜନ କରାଯାଇଛି । ବହୁ ଦୂରଦୂରାନ୍ତ ଅଞ୍ଚଳରୁ ମାଆଙ୍କ ଆଶିଷ ନେବା ପାଇଁ ଭକ୍ତଙ୍କ ସମାଗମ ହେଉଛି ।

Leave a Reply

Your email address will not be published. Required fields are marked *