ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାରେ ସରକାରୀ କାର୍ଯ୍ୟ ଠପ । କାର୍ଯ୍ୟାଳୟ ମାନଙ୍କରେ ଅଚଳାବସ୍ଥା । ନୟାଗଡ଼ ଜିଲ୍ଲା ମିଳିତ ଅମଲାମଞ୍ଚ ଡାକରା କ୍ରମେ ଜିଲ୍ଲାର ସମସ୍ତ ଅମଲା କଲମଛାଡ ଆନ୍ଦୋଳନ କରିବା ସହ ଧାରଣାରେ ବସି ରହିଛନ୍ତି । ସ୍ନାତକ ଯୋଗ୍ୟତା ଭିତିରେ ଜିଲ୍ଲାସ୍ତରୀୟ କନିଷ୍ଠ ଅମଲା ମାନଙ୍କର ମୁଳ ଦରମା ୯,୩୦୦ ଟଙ୍କା ସହ ଗ୍ରେଡପେ ୪,୨୦୦ଟଙ୍କାକୁ ବୃଦ୍ଧି କରିବା ଦାବୀ କରିଛନ୍ତି । ଜିଲ୍ଲା ଅମଲାସଂଘର ଆବାହକ ଶ୍ରୀଧର କୁମାର ସାହୁ , ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଉପସଭାପତି ରଶ୍ମୀରଜଂନ ଦାସ ପ୍ରମୁଖ ଧାରଣାର ନେତ୍ରୁତ୍ବ ନେଉଥିବା ବେଳେ ନୟାଗଡ଼ର ପ୍ରତ୍ୟେକ କାର୍ଯ୍ୟାଳୟର ଅମଲା ଏଥିରେ ଯୋଗ ଦେଇଛନ୍ତି । ଗତ 21 ତାରିଖରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥାବା ବେଳେ 22 ତାରିଖରୁ ଜିଲ୍ଲାର ସମସ୍ତ ଅମଲା କଳାବ୍ୟାଚ ପିନ୍ଧି ପ୍ରତିବାଦ କରି ଆସୁଥିଲେ । ତେବେ ଦାବୀ ପୁରଣର କୈାଣସି ପ୍ରତିଶୃତି ନମିଳିବାରୁ ବାଧ୍ୟ ହୋଇ ଏହାର ପ୍ରତିବାଦରେ ଅମଲା ମାନେ ଧାରଣା ଦେଇଥିବା ଅମଲା ମଞ୍ଚର କର୍ମକର୍ତା ମାନେ ପ୍ରକାଶ କରିଛନ୍ତି ।