ରାଜ୍ୟସ୍ତରୀୟ ପତ୍ରିକା “ଗାଁ ର ମହକ ” ର ଷଷ୍ଠ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ତରଫରୁ ଆସନ୍ତା ଜାନୁଆରୀ ମାସ ୨୬ ତାରିଖ ୨୦୨୪ରେ ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଯୁବବନ୍ଧୁ ଭବନ, ଚକାପଦାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଦସ୍ୟ ଲଲାଟେନ୍ଦୁ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଆସନ୍ତା କାର୍ଯ୍ୟକ୍ରମ ତଥା ଷଷ୍ଠ ବାର୍ଷିକ ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ! ଅଧିକ ଫଳପ୍ରଦ ହେବାପାଇଁ ଉପସ୍ଥିତ ଥିବା ସମସ୍ତ ସାରସ୍ବତ ପ୍ରତିଭା , ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ସଦସ୍ୟ ଡାକ୍ତର ଜଗଦୀଶ ପଣ୍ଡା, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ସଚ୍ଚିଦାନନ୍ଦ ସାମଲ, ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ଚିତ୍ତ ରଞ୍ଜନ ରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା, ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ବୁଲୁ ବାବା, ଅଶୋକ କୁମାର ଗିରି, ବରିଷ୍ଠ କବି ସୁରେଶ ଚନ୍ଦ୍ର ସାହୁ, କବି ବିପ୍ଲବ, କବୟିତ୍ରୀ ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, ଶଶୀ ଭୂଷଣ ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ଦାଶ, ମାମା ଦାଶ, ସମାଜସେବୀ ପ୍ରଦୀପ କୁମାର ଜେନା, ପ୍ରସନ କୁମାର ପ୍ରଧାନ, ପ୍ରଦୀପ କୁମାର ମହାପାତ୍ର, ମୁରଲୀଧର ପ୍ରଧାନ, ଅର୍ଘ୍ୟରୂପା ସାମନ୍ତରାୟ, ବାଦଲ ଦାସ ଓ ଗୀତିକାର ତ୍ରିବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନା କରିଥିଲେ । ଏହି ଅବସରରେ ବାର୍ଷିକ ପତ୍ରିକା “ଗାଁ ର ମହକ ” ପାଇଁ ସ୍ବରଚିତ ଏକ ଗ୍ରାମ୍ୟ ପରିବେଶ ସମ୍ପର୍କିତ ତଥା ତଥ୍ୟଭିତ୍ତିକ ଲେଖାପାଇଁ ଓଡିଶାର ପ୍ରତି ଜିଲ୍ଲାରୁ ସଂଗ୍ରହ କରିବା ସହିତ ପତ୍ରିକାଟିକୁ ଅଧିକ ଉଚ୍ଚ କୋଟିର କରିବା ପାଇଁ ସ୍ଥିର କରାଯାଇଅଛି। ପରିଶେଷରେ ସଂସଦର ସଭାପତି ନିରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *