ବିଶ୍ୱ ପରିବେଶ ଦିବସକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇ ଯାଇଛି । ବିଭିନ୍ନ ସ୍କୁଲର ସପ୍ତମ ଅଷ୍ଟମ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବତୀ ଏସ କୁମାର, ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ପ୍ରମୁଖ ଉପସ୍ଥିତ ରହି ସାର୍ଟିଫିକେଟ ଓ ପ୍ରାଇଜ ବଣ୍ଟନ କରିଥିଲେ ।ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜ୍ଞାନପ୍ରିୟା ମହାରଣା ସପ୍ତମ ଶ୍ରେଣୀ ଛାତ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସୁବର୍ଣ୍ଣ। ସାହୁ କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ, ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସନ୍ତୋସିନୀ ପାତ୍ର ସପ୍ତମ ଶ୍ରେଣୀ ଛାତ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ସେହିପରି ସେଞ୍ଚୁରିୟାନ ହାଇ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ନିହାରୀକା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଳଙ୍କୃତ ତ୍ରିପାଠୀ ଦ୍ୱିତୀୟ ସ୍ଥାନ ସେଞ୍ଚୁରିୟାନ ହାଇସ୍କୁଲ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସାଇରାଙ୍ଗାପୁ ବିନୋଦ କୁମାର ପ୍ରମୁଖ ପୁରସ୍କୃତ ହୋଇ ଥିବାର ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *