ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦଇବ ଦଉଡି , ମଣିଷ ଗାଈ ! ଯେଣିକି ଟାଣଇ ସେଣିକି ଯାଇ । ହଁ ଦର୍ଶକ ବନ୍ଧୁ ମୃତ୍ୟୁ ବି ଏମିତି ଆସେ ! ବସଷ୍ଟାଣ୍ଡ ନଯାଇ ଗଲେ ଷ୍ଟେସନ , ଆଉ ଯାତ୍ରା ହେଲା ଶେଷ ଯାତ୍ରା ! ସାଙ୍ଗ କୁ ଛାଡ଼ିବାକୁ ଯାଇଥିଲେ ! ଆଉ ସାଙ୍ଗ ବାଲେଶ୍ଵର ବସଷ୍ଟାଣ୍ଡରେ ଛାଡି କି ଗଲେ , ବସ୍ ରେ କଟକ ଯିବା ପାଇଁ ! ହେଲେ କାଳ ଟାଣିନେଲା ବାଲେଶ୍ଵର ରେଳଷ୍ଟେସନ କୁ । ବାଲେଶ୍ଵର ଷ୍ଟେସନ ରୁ କରମଣ୍ଡଳ ଏକ୍ସପ୍ରେସ ବସିଲେ କଟକ ଆସିବା ପାଇଁ ! ମାତ୍ର ୧୫ ମିନିଟ ପରେ ସବୁ ଓଲଟ ପାଲଟ ହୋଇଗଲା । ସିଏ କ’ଣ ଘରକୁ ଫେରିବେ , ଘରକୁ ଆସିଲା ଶବ। ଶୁକ୍ରବାର କାଳ ରାତି ରେ ବାଲେଶ୍ଵର ର ବାହାନଗା ଠାରେ ଘଟିଲା ଅତି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ! ଦୁର୍ଘଟଣାରେ ଆହତ ହୋଇ , ମୃତ୍ୟୁ ସହିତ ଲଢ଼ି ଲଢ଼ି ଜୀବନ ହାରିଲେ କଟକ ଜିଲ୍ଲା ନେମାଳ ଥାନା କୁଆଁଡାଳ ଗ୍ରାମ ର ଶଙ୍କରଶଣ ସାହାଣୀ ଙ୍କ ସାନ ପୁଅ ଲଷ୍ମୀଧର ସାହାଣୀ । ପୁଅ କୁ ହରାଇ ମା ପାଗଳି ପରି କାନ୍ଦି ମୁଣ୍ଡ ବାଡାଉଛି , ଆଉ ପରିବାର ଆତ୍ମୀୟ ଙ୍କ ଆଖିରୁ ଶୁଖୁନାହିଁ ଲୁହ । କେନ୍ଦ୍ରାପଡା ସରକାରୀ ପଲି ଟେକନିକ କଲେଜ ରେ ଡିପ୍ଲୋମା ପାଠ ସାରି କ୍ୟାମ୍ପସ ଚୟନ ମଧ୍ୟ ହୋଇଥିଲା ଲଷ୍ମୀଧର ଙ୍କ ର । ଗତକାଲି ସନ୍ଧ୍ୟାରେ ଲକ୍ଷ୍ମୀଧର ଙ୍କ ମୃତଦେହ ଆସି ଘରେ ପହଁଚିଥିଲା । ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ତାଙ୍କ ର ଶେଷ କୃତ୍ୟ ସଂପନ୍ନ ହୋଇଛି ।
ବସଷ୍ଟାଣ୍ଡ ନଯାଇ , ଗଲେ ଷ୍ଟେସନ : ଯାତ୍ରା ହେଲା ଶେଷ ଯାତ୍ରା !!!

