ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀ ମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଗ୍ରୁପ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀ ମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଗ୍ରୁପ ! ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ରେ ପ୍ରାଣ ହରାଇଲେ ବହୁ ଯାତ୍ରୀ ! ଚର୍ଚ୍ଚିତ ସେଦିନର କଳା ରାତି , ଯାହା ବିଶ୍ୱକୁ ଦୋହଲେଇ ଦେଇଛି ! କିଏ ବାପା କୁ ହରେଇ ଥିଲା ଆଉ କିଏ ମାଆ କୁ , ତ ଆଉ କିଏ ଭାଇ କୁ , ତ ଆଉ କିଏ ଭଉଣୀ କୁ ହରେଇଥିଲା । ଏହି ଟ୍ରେନ ଦୁର୍ଘଟଣା ଓଡ଼ିଶା ବାସୀଙ୍କ ଆଖିରେ ଆଣି ଦେଇଛି ଲୁହ । ସେଦିନର ସେଇ ଛାତି ଥରା ଘଟଣା କୁ ମନେ ପକାଇ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଦୁଃଖ ପ୍ରକାଶ କରିବା ସହିତ ବାଣପୁର ପଲଟଣ ପଡିଆରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ସମସ୍ତ ଯାତ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପାର୍ଥନା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣେଇଥିଲେ । ଏହି ଶୋଭା ଯାତ୍ରାରେ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ, ସମ୍ପାଦକ ନାରାୟଣ ସାହୁ, ସହ ସମ୍ପାଦକ ବୈକୁଣ୍ଠନାଥ ପ୍ରଧାନ ଙ୍କ ସମେତ ସଙ୍ଗଠନର କିଛି ସଦସ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *