ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ କରବର ଗ୍ରାମ ର ଜଣେ ଯୁବ ପ୍ରତିଭା କଳାକାର ହଉଛନ୍ତି ଶ୍ରୀ ମଳୟ ମହାପାତ୍ର l ମାତ୍ର 22ବର୍ଷ ବୟସରେ ସେ ପ୍ରାୟ 1500 ରୁ ଅଧିକ ପାଲା ଗାଇ ଏବେ ବେଶ ଚର୍ଚାରେ l ଶ୍ଳୋକ, କୀର୍ତନ ଓ ନୀତିବାଣୀ ଆଦି ରେ ବେଶ ପାରଙ୍ଗମ ମଳୟ ମହାପାତ୍ର l ଏତେ କମ ବୟସରେ ଏତେ ଆଧ୍ୟାତ୍ମିକ ଜ୍ଞାନ ଆହରଣ କରିବା ଛୋଟ କଥା ନୁହେଁ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହୁଏ l ଆଜି ର ଡିଜିଟାଲ ଓ ଫେସନ ଯୁଗରେ ମଳୟ ମହାପାତ୍ର ଭଳି ଆଧ୍ୟାତ୍ମିକ ଗୁଣଧାରୀ ଉଦୀୟମାନ ପ୍ରତିଭା ଲୋକଲୋଚନ କୁ ଆସିବା ଅସମ୍ଭବ ବୋଲି କିଛି ଲୋକ ମତ ଦିଅନ୍ତି l ନୟାଗଡ ଜିଲ୍ଲାର ଭାପୁର ବ୍ଲକ କରବର ଗ୍ରାମ ର ଲଷ୍ମୀଧର ମହାପାତ୍ର ଓ ଅର୍ଣ୍ଣପୂର୍ଣ୍ଣା ମହାପାତ୍ର ଙ୍କ ତୃତୀୟ ସନ୍ତାନ ଅଟନ୍ତି ମଳୟ ମହାପାତ୍ର l ପିତା ଲଷ୍ମୀଧର ମହାପାତ୍ର ମଧ୍ୟ ଜଣେ ସୁନାମ ଧନ୍ୟ ପାଲା ଗାୟକ ଥିଲେ ଯାହାକି ମଳୟଙ୍କୁ ବେଶ ପ୍ରଭାବିତ କରିଥିଲା ପାଲା ଗାୟକ ହେବା ପାଇଁ l ନିଜର ସମ୍ପର୍କୀୟ ଓ ନିଜର ଇଚ୍ଛାଶକ୍ତି ଆଜି ତାଙ୍କୁ ଅତି ଅଳ୍ପ ବୟସରେ ଜଣେ ସୁନାମ ଧନ୍ୟ ପାଲା ଗାୟକ ର ପରିଚୟ ଦେଇପାରିଛି l ସେ ପାଲା ଗାଇବା ସହିତ କୀର୍ତନ, ଭଗବନ ଙ୍କ ସୁନ୍ଦର ଶ୍ଳୋକ ଗାଇବା ଓ ନୀତିଶିକ୍ଷା ଦେବାରେ ରହିଛି ବେଶ ଅଭିଜ୍ଞତା l ଯେ କୌଣସି ଦର୍ଶକ ତାଙ୍କ ପାଲା ବା କୀର୍ତନ ଥରେ ଦେଖେ ନସରିବା ପର୍ଯ୍ୟନ୍ତ ଜାଗା ଛାଡି ଯାଇପାରେ ନାହିଁ l ସେ ଓଡିଶା ର ସବୁ ଜିଲ୍ଲା ସହିତ ଓଡିଶା ବାହାରେ ମଧ୍ୟ ଏମିତିକି ଦିଲ୍ଲୀ, ଛତିଶଗଡ଼, କଲିକତା ଆଦି ବହୁ ରାଜ୍ୟ ରେ ଯାଇ ପାଲା ଗାଇ ନିଜର ପ୍ରତିଭା ଦେଖାଇ ସାରିଛନ୍ତି ଓ ବହୁ ପ୍ରସଂଶା ସାଉଁଟିଛନ୍ତି l ମଳୟଙ୍କର ଏଭଳି ପ୍ରତିଭା ତାଙ୍କୁ ଦେଇଛି ବହୁ ସମ୍ମାନ ଓ ମାନପତ୍ର l ଭଗବାନ ଙ୍କ ଆଶୀର୍ବାଦ ବିନା ଜଣେ କମ ବୟସରେ ଏତେ ଆଧ୍ୟାତ୍ମିକ ଚେତନା ଧାରୀ ହବା ସହ ଏତେ ଗୁଡ଼େ ପ୍ରତିଭା ସାଉଁଟିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହୁଏ !
ଯୁବ ପ୍ରତିଭା କଳାକାର ମଳୟ ମହାପାତ୍ର , 22 ବର୍ଷ ବୟସରେ ପାଲା ଗାୟକ !!!

