ନୂଆ ଜାମୁପଶି ଗ୍ରାମରେ ଗଭୀର କୁଅ ମଧ୍ୟରେ ପଡି ଯୁବକ ଗୁରୁତର : ଉଦ୍ଧାରକାରୀ ଅଗ୍ନିଶମ କର୍ମଚାରୀ ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ନୂଆ ଜାମୁପଶି ଗ୍ରାମରେ ଗଭୀର କୁଅ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ପଡି ଗୁରୁତର ହୋଇଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଗଭୀର କୂଅରେ ପଶିଥିବା ଅଗ୍ନିଶମ କର୍ମଚାରୀ ମଧ୍ଯ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ନୂଆ ଜାମୁପଶି ଗ୍ରାମର ଅମର ନାଏକଙ୍କ 34 ବର୍ଷୀୟ ପୁଅ ବିଜୟ ନାଏକ କୁଅ ସଫା କରିବା ପାଇଁ ଆଜି ଘର ପାର୍ଶ୍ଵରେ ଥିବା କୂଅ ମଧ୍ୟରେ ପଶିଥିଲେ । କୁଅ ମଧ୍ୟରେ ଅକ୍ସିଜେନ ଅଭାବ ହେତୁ ଗଭୀର କୂଅ ମଧ୍ୟରେ ବିଜୟ ନାଏକ ଗୁରୁତର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଏହି ଅଘଟଣ ଦେଖି ଗଭୀର କୂଅ ମଧ୍ୟରୁ ବିଜୟ ନାଏକଙ୍କୁ ଉଦ୍ଧାର କରିବାରେ ବିଫଳ ହେବାରୁ ତୁରନ୍ତ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥଲେ । ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ଅଧିକାରୀ ରଜନୀକାନ୍ତ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବିଜୟଙ୍କୁ ଗଭୀର କୁଅ ମଧ୍ୟରୁ ଉଦ୍ଧାର କରିବା ସମୟରେ ଭାଗିରଥି ଦେହୁରୀ ଗୁରୁତର ହୋଇ ଯାଇଥିଲେ । ନୂଆ ଜାମୂପଶି ଗ୍ରାମର ଗଭୀର କୁଅ ମଧ୍ୟରୁ ବିଜୟ ନାଏକ ଓ କର୍ମଚାରୀ ଭାଗିରଥି ଦେହୁରୀଙ୍କୁ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ଦ୍ଵାରା ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଏବେ ଦୁଇଜଣଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *