କଳାପଥର ଧଳାପଥର ମହାବିଦ୍ୟାଳୟର ଛାତ୍ରୀ ସରସ୍ବତୀ ବେହେରା +୨ କଳାର ବାଙ୍କୀ ଟପ୍ପର !!!

0
1814

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର +୨ କଳା ଏବଂ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଙ୍କୀ ଉପଖଣ୍ତରେ ଥିବା ସମସ୍ତ ମହାବିଦ୍ୟାଳୟ ମାନଙ୍କ ଭିତରେ କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସରସ୍ବତୀ ବେହେରା ୬୦୦ ରୁ ୫୩୩ ନମ୍ବର ରଖି ବାଙ୍କୀ ଟପ୍ପର ହୋଇଛନ୍ତି । ପରଦା ପାଇଁ ରାଜ୍ୟ ପ୍ରସିଦ୍ଧ ଥିବା ଖୋର୍ଦ୍ଧା ଜିଲ୍ଲାର ଧଳାପଥର ଗ୍ରାମର ବୁଣାକାର ପ୍ରଫୁଲ ବେହେରାଙ୍କ ସାନ ଝିଅ ହେଉଛନ୍ତି ସରସ୍ବତୀ । ପିଲାଟି ବେଳୁ ଭଲ ପାଠ ପଢୁଥିବା ସରସ୍ବତୀ ବେହେରା ଉପର ବଡ ଭାଇ ଭଉଣୀଙ୍କ ପ୍ରେରଣାରେ ଆଗକୁ ମାଡି ଚାଲିଛନ୍ତି । ପଢା ସହିତ ସ୍କୁଲ କଲେଜ ସ୍ତରରେ ବିଭିନ୍ନ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭାକୁ ଦେଖେଇଛନ୍ତି । ଦଶମ ପରୀକ୍ଷାରେ ମଧ୍ୟ ୫୦୪ ନମ୍ବର ରଖି ପ୍ରଶଂସାର ପାତ୍ର ହୋଇଥିଲେ । + ୨ ଦ୍ବିତୀୟ ବର୍ଷ ପଢା ସମୟରେ ନିଜ ମାତାଙ୍କୁ ହୃଦରୋଗରେ ହରାଇଥିଲେ । ବହୁ ମାନସିକ ଦୁଶ୍ଚିନ୍ତା ଭିତରେ ରହି ମଧ୍ୟ ପଢା ପ୍ରତି କେବେହେଲେ ଅବହେଳା କରିନଥିଲେ । ବଡଭାଇ ପ୍ରଭାତ କୁମାର ବେହେରା ଏବଂ ଭଉଣୀ ରଶ୍ମିତା ବେହେରା ଶିକ୍ଷାଦାନାକୁ ପେଶା ଓ ନିଶା ଭାବେ ଗ୍ରହଣ କରିଥିବାରୁ ସରସ୍ବତୀ ବେହେରା ମଧ୍ୟ ଆଗକୁ ସିଟି କରି ଜଣେ ସୁଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସୁନା ଝିଅ ସରସ୍ବତୀଙ୍କର ବାଙ୍କୀ ଉପଖଣ୍ତରେ ସର୍ବୋଚ୍ଚ ନମ୍ବର ରଖିଥିବା ଜଣା ପଡିଲା ପରେ ଧଳାପଥର ଗ୍ରାମରେ ଖୁସିର ବାତାବରଣ ଖେଳି ଯାଇଛି । କଳାପଥର ଧଳାପଥର ମହାବିଦ୍ୟାଳୟର ସମସ୍ତ ଆଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ସରସ୍ବତୀଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here