ବାଣପୁର ଥାନା ଅଞ୍ଚଳରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନିକଟସ୍ଥ ପଲଟଣ ପଡ଼ିଆରେ ଗୁରୁବାର ଅପରାହ୍ନ ରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୀମପୁର ଗ୍ରାମର ଦୁଇ ଜଣ ଯୁବକଙ୍କୁ ସାନହନ୍ତୁଆଡ ଗ୍ରାମର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଘଟଣାରେ ଆଜି ବାଣପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ରୁ ପ୍ରକାଶ ଯେ ଗତ ଗୁରୁବାର ଅପରାହ୍ନରେ ବାଣପୁର ଥାନା ନିକଟସ୍ଥ ଭୀମପୁର ଗୋଡିପଦର ସାହିର ରାଜେଶ ପ୍ରଧାନ ଏବଂ ରାଜେନ୍ଦ୍ର ସାହୁ ଙ୍କୁ ସାନହନ୍ତୁଆଡ ଗ୍ରାମର କିଛି ଦୁର୍ବୁତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଲଟଣ ପଡିଆର ପରିବା ବଜାର ରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁଇଜଣ ଯାକ ଗୁରୁତର ଆହତ ହୋଇ ବାଣପୁର ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ତେବେ ଉକ୍ତ ଘଟଣାରେ ବାଣପୁର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ସାନହନ୍ତୁଆଡ ଗ୍ରାମର ଅଭିଯୁକ୍ତ ତପନ ପାଇକରାୟ ଙ୍କୁ ଗିରଫ ୨୨୫/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି । ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *