ନାଳିଆଝରରେ ଜଙ୍ଗଲି ଭାଲୁ ଆତଙ୍କ : କାବୁ କରିବା ପାଇଁ ବନ ବିଭାଗ ର ଚେଷ୍ଟା ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନବିଭାଗ ଅନ୍ତର୍ଗତ ହାତୀବାରି ପଞ୍ଚାୟତ ନାଳିଆଝରରେ ଏକ ଜଙ୍ଗଲି ଭାଲୁ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି !ଜଙ୍ଗଲି ଭାଲୁକୁ ସୁକିନ୍ଦା ବନ କର୍ମଚାରୀ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ! ସୂଚନା ମୁତାବକ କରଡ଼ାପାଳ ଗ୍ରାମର ସୁଧାଂଶୁ ଶେଖର ପ୍ରଧାନଙ୍କ ଆମ୍ବ ବଗିଚା ତାର ବାଡ଼ରେ ଏକ ଜଙ୍ଗଲି ଭାଲୁ ଫସି ରହି ଗର୍ଜନ ଛାଡୁଥିବା ଗ୍ରାମବାସି ମାନେ ଦେଖିଥିଲେ । ଏହି ଜଙ୍ଗଲି ଭାଲୁ ଦେଖି ଗ୍ରାମବାସୀ ତୁରନ୍ତ ସୁକିନ୍ଦା ବନ ବିଭାଗ ରେଞ୍ଜର ଙ୍କ ସହିତ ଯୋଗାଯୋଗ କରିଥିଲେ । ବନ ବିଭାଗ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଓ ଦମକଳ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲି ଭାଲୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *