କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ରଣପୁର ୧୧୧ ମହାପ୍ରଭୁଙ୍କ ପଞ୍ଚୁଦୋଳ ଯାତ୍ରା

0
406

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବିଜ୍ଞlପିତ ଅଂଚଳରେ ୧୧୧ ମହାପ୍ରଭୁଙ୍କ ପଞ୍ଚୁଦୋଳ ଯାତ୍ରା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଯାତ୍ରାକୁ ରଣପୁର ସମେତ ବହୁ ଦୂର ଦୁରାନ୍ତରୁ ୧୧୧ ଠାକୁର ଆସିଥାନ୍ତି l ଚଳିତ ବର୍ଷ ୧୦୮ ଠାକୁର ଆସିଥିବା ଦେଖିବାକୁ ମିଳିଛି l

ଶୁକ୍ରବାର ବିଳମ୍ବିତ ରାତିରେ ରଣପୁର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ଘଣ୍ଟ କାହାଳୀ ବଜାଇ ବଡ଼ ଦାଣ୍ଡ ଦେଇ ପଞ୍ଚୁଦଳ ପଡିଆରେ ଆସ୍ଥାନ ଗ୍ରହଣ କରିଥିଲେ l ପରେ ଅନ୍ୟ ଦୋଳମାନେ ଜଗନ୍ନାଥ ମନ୍ଦିର ନିକଟରେ ପହଂଚି ସ୍ଵପ୍ନେଶ୍ଵରଙ୍କୁ ଆଣିବାକୁ ଯାଇଥିଲେ l ସ୍ଵପ୍ନେଶ୍ଵର ଆସିବା ପରେ ଜଗନ୍ନାଥ ମନ୍ଦିରରୁ ଦୋଳ ଗୋବିନ୍ଦ ଆସିଥିଲେ l ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶୋଭାଯାତ୍ରା ବନ୍ଦ ରହିଥିଲା l ତେଣୁ କେବଳ ଘଣ୍ଟ କାହାଳୀ ବଜାଇ ଦୋଳ ଗୁଡିକ ପଞ୍ଚୁଦୋଳ ପଡିଆ ଅଭିମୁଖେ ବାହାରି ଥିଲେ l କରୋନା ସଚେତନତା ଯୋଗୁଁ ଜନ ସମାଗମ ଦେଖିବାକୁ ମିଳି ନ ଥିଲା l କରୋନା ର ପ୍ରଭାବ ଚଳିତ ବର୍ଷ ପଞ୍ଚୁ ଦୋଳରେ ଦେଖିବାକୁ ମିଳିଛି l ପ୍ରତି ବର୍ଷ ଲକ୍ଷାଧିକ ଲୋକ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କିଛି ମୁଣ୍ଡ ଗଣତି ଭକ୍ତମାନେ ଆସିଥିବା ଦେଖିବାକୁ ମିଳିଛି l ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ସରକାରଙ୍କ କରୋନା ନେଇ ସଚେତନତା ବାର୍ତ୍ତା ପ୍ରଚାର ଯୋଗୁଁ ଲୋକମାନେ ସଚେତନ ହୋଇ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଠାକୁର ଦର୍ଶନ କରିବାକୁ ଆସୁଥିବା ଦେଖିବାକୁ ମିଳିଛି l

ଯେଉଁ ଭକ୍ତମାନେ ଆସୁଛନ୍ତି କେବଳ ପାରମ୍ପରିକ ରୀତି ଅନୁଯାୟୀ ଠାକୁରମାନଙ୍କୁ ଦର୍ଶନ କରି ଫେରି ଯାଉଥିବା ଦେଖିବାକୁ ମିଳିଛି l ଶନିବାର ଅପରାହ୍ନରେ କୌଣସି ପଟୁଆର କିମ୍ବା ସଂସ୍କୃତିକ କାର୍ଯ୍ୟକ୍ରମ କରା ନଯାଇ କେବଳ ପାରମ୍ପରିକ ପ୍ରଥାରେ ଘଣ୍ଟ, କାହାଳି ମାଧ୍ୟମରେ ମେଳଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଞ୍ଚୁଦୋଳ ଯାତ୍ରା କମିଟି ତରଫରୁ ସୂଚନା ମିଳିଛି l ପଞ୍ଚୁଦୋଳ ପଡିଆକୁ ବାରିଗେଟ କରାଯାଇ ଗାଡ଼ି ମଟର ପ୍ରବେଶ ନିଷେଧ କରାଯାଇଛି l ସମସ୍ତ ଗାଡ଼ି ମଟର ବାଇପାସ ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି l ପଞ୍ଚୁଦୋଳ ପଡିଆକୁ ପ୍ରବେଶ ପଥ ଥରେ ଭକ୍ତମାନଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବା ସହ ସାନିଟାଈଜର ବ୍ୟବସ୍ଥା କରାଯାଇଛି l

LEAVE A REPLY

Please enter your comment!
Please enter your name here