ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ପନାସିଆ ଗ୍ରାମବାସୀ l ଜନସାଧାରଣଙ୍କ ସୁବିଧା ପାଇଁ ସରକାର କରୁଛନ୍ତି ମାଳ ମାଳ ଯୋଜନା l କିନ୍ତୁ ଆଜିବି ସେସବୁ ଯୋଜନା ଗ୍ରାମବାସୀ ଙ୍କ ପାଖରେ ଅପହଞ୍ଚ ! ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ କାମରେ ଦୁର୍ବଳ ଅଭିଯୋଗ ହେଉଛି l ପାନୀୟ ଜଳ ସୁବିଧାରେ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି , ହେଲେ ଆଜିବି ଅଳିଆ ଆବର୍ଜନା ପୂର୍ଣ୍ଣ ଚୁଆ ପାଣି ପାଲଟିଛି ଏମାନଙ୍କ ଶୋଷ ମେଣ୍ଟେଇବାର ସାହା ଭରସା l ଗ୍ରାମରେ ସୋଲାର ଚାଳିତ ଦୁଇ ଦୁଇଟା ପମ୍ପ ଲାଗିଛି ! ହେଲେ ଦୀର୍ଘ ବର୍ଷ ଧରି ତାହା ଅଚଳ ହୋଇ ପଡିଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ଦୁଇ କିଲୋମିଟର ଚାଲି ଚାଲି ଜଙ୍ଗଲ ମଧ୍ୟରେ ଥିବା ଚୁଆର ପାଣି କିଭଳି ଏମାନଙ୍କ ଶୋଷ ମେଣ୍ଟାଉଛି ! ପ୍ରଥମେ ଭଲ ଭାବେ ଟିକେ ଦେଖିନିଅନ୍ତୁ ଏ ଦୃଶ୍ୟ କୁ, କିଭଳି ପାଣି ମୁନ୍ଦେ ପାଇଁ ପାଖା ପାଖି ଦୁଇ କିଲୋମିଟର ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ଚାଲି ଚାଲି ପାହାଡ଼ ପାଦଦେଶରେ ଥିବା ଚୁଆରୁ ପାଣି ସଂଘ୍ରହ କରୁଛନ୍ତି ଗ୍ରାମବାସୀ l ଏଠାରେ ସାପ ବେଙ୍ଗଠୁ ନେଇ ଅନେକ ଜଙ୍ଗଲୀ ଜୀବଜନ୍ତୁ ଅଛନ୍ତି ! ପାଣି ନେବା ସମୟରେ ଜଙ୍ଗଲ ମଧ୍ୟରେ କେତେବେଳେ କଣ ଅଘଟଣ ଘଟିଯିବ ନକହିବା ଭଲ l ଏ ଦୃଶ୍ୟ ହେଉଛି ସୁନା ର ସୁକିନ୍ଦା ବୋଲାଉଥିବା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତ ପନାସିଆ ଗ୍ରାମର l ଏ ଗ୍ରାମରେ ପାଖାପାଖି ଅଶୀ ପରିବାର ବସବାସ କରନ୍ତି l ଗାଁରେ ନଳକୂପ ଅଛି ସତ , ହେଲେ କେତେବେଳେ ପାଣି ବାହାରୁଚି ତ କେତେବେଳେ ଗୋଳିଆ ପାଣି ! ଆଉ କେତେବେଳେ ପାଣି ବାହାରୁନି l ଗାଁର ପାଣି ସମସ୍ୟା ଦୁର କରିବା ପାଇଁ ପାଣି ଟ୍ୟାଙ୍କର ବ୍ୟବସ୍ଥା ହୋଇଥିଲେ କଣ ହେବ କେଉଁଦିନ ତାହା ଆସୁଛି ତ ଆଉ କୋଉଦିନ ଆସୁନାହିଁ ଯାହା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି l ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରୁଛନ୍ତି ଯାହାକି ଏହି ଚୁଆ ର ଦୂଷିତ ଜଳ ବ୍ୟବହାର କରି ଅନେକ ସମୟରେ ଗ୍ରାମର ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି l ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ଘୋଷଣା ଏମାନଙ୍କ ପାଇଁ ପ୍ରହସନ l ଫିଲଟର ପାଣି ପିଉଥିବା ପ୍ରଶାସନିକ ଅଧିକାରୀ କେମିତି ଜାଣିବେ ଶୁଖିଲା ତଣ୍ଟିର କଷ୍ଟ l ତୁରନ୍ତ ଏ ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l ତେବେ ଏଠି ବର୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ପନାସିଆ ଗାଁରେ କେବେ ଦୂରହେବ ପାଣି ସମସ୍ୟା l କେବେ ମିଳୁଛି ଶୁଖିଲା ତଣ୍ଟିକୁ ଶୁଦ୍ଧ ପାଣି ତାହା ଦେଖିବାକୁ ବାକି ରହିଲା l
ପନାସିଆ ଗ୍ରାମବାସୀ ଙ୍କୁ ଚୁଆ ପାଣି ହିଁ ଭରଷା !!!

