ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳ ଷ୍ଟେସନରେ ଶୁକ୍ରବାର ମଧ୍ୟାହ୍ନ ୩ ଟା ବେଳେ ୧ ନମ୍ବର ପ୍ଲାଟଫର୍ମରେ କୋଇଲା ବୋଝେଇ ମାଲବାହୀ ଟ୍ରେନଟି ଥିବା ବେଳେ ଇଞ୍ଜିନ ଠାରୁ ୧୪ ନମ୍ବର ବଗିରେ ଥିବା କୋଇଲା ରୁ ଧୂଆଁ ବାହାରୁଥିବା କେତେକ ଟ୍ରେନ ଯାତ୍ରୀ ଦେଖି ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ବାଲୁଗାଁ ଦମକଳ ବିଭାଗ କୁ ଅଧିକାରୀ ଖବର ଦେଇଥିଲେ I ଦମକଳ ବାହିନୀ ଓ ଜିଆରପି ବିଦ୍ୟୁତ ସରବରାହ ଵିଚ୍ଛିନ କରି ସମସ୍ତ କୋଇଲା ବଗି ରେ ପାଣି ପକାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ I ଗ୍ରୀଷ୍ମ ତାପରେ କୋଇଲା ବଗିରେ ସଂଚିତ ଉତ୍ତାପ ଯୋଗୁଁ ଏଭଳି ନିଆଁ ଲାଗିଥାଏ ଏଣୁ ନିୟମିତ ବ୍ୟବଧାନରେ ଷ୍ଟେସନ ଗୁଡିକରେ ଉକ୍ତ କୋଇଲା ବଗିରେ ପାଣି ଢଳା ଯାଇଥାଏ ବୋଲି ଷ୍ଟେସନ ମାଷ୍ଟର କହିଛନ୍ତି I ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଦେଖା ଯାଇଛି । ବାଲୁଗାଁ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ।
ବାଲୁଗାଁ ରେଳ ଷ୍ଟେସନ ରେ ମାଲବାହୀ ଟ୍ରେନ ରେ ଲାଗିଲା ନିଆଁ !!!

