ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୁକିନ୍ଦା ଥାନା ଅଂଚଳର କନ୍ତିରା, ହରିପୁର ଓ ମହୁଲପାଳ ନଦି କୁଳ ସ୍ଥାନରେ ଆଜି ଅତର୍କିତ ଚଢାଉ କରାଯାଇ ପାଖାପାଖି ୫୦ ହଜାର ଲିଟର ପୋଚ ଓ ୨୦ ହଜାର ଲିଟର ରନ୍ଧା ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସବୁ ଅଞ୍ଚଳରେ ଚୋରା ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିବା ଅଭିଯୋଗ ହେଉଥିଲା । ଅବକାରୀ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଏଥିରେ ବିପୁଳ ପରିମାଣର ମଦ ଜବତ କରାଯାଇ ନଷ୍ଟ କରାଯାଇଥିଲେ ମଧ୍ୟ ଏହି ଘଟଣାରେ ସଂପୃକ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇ ପାରିନଥିବା ଜଣାପଡିଛି ।
ସୁକିନ୍ଦା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ନଷ୍ଟ !!!

