‘ହିଂସା ନୁହେଁ, ଶାନ୍ତି ଚାହୁଁ’ : ବିଜେଡିରେ ମିଶିଲେ ଦୁଇ ବିଜେପି କର୍ମୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସଦର ବ୍ଲକ ଗଦାଧର ପ୍ରସାଦ ପଞ୍ଚାୟତ ହରିପୁର ଗାଁରେ ବିଜେପି ହିଂସା ସୃଷ୍ଟି କରୁଥିବା ବେଳେ ହିଂସାକୁ ପରିତ୍ୟାଗ କରିବା ଉଦ୍ଦେଶ୍ୟରେ ଆଜି ଦୁଇ ଜଣ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେମାନେ ହେଲେ ବିଜୟ କୁମାର ହୋତା ଏବଂ ଜମ୍ବୁଆ ପ୍ରଧାନ । କିଛିଦିନ ତଳେ ସେମାନେ ପୁରୀ ଠାରେ ବିଜେପିରେ ସାମିଲ ହୋଇଥିଲେ । ଉକ୍ତ ଦଳରେ ମିଶିବା ପରେ ସେମାନଙ୍କୁ ନେଇ ଭିନ୍ନ ରାଜନୀତି କରାଯାଇଥିଲା । ଯାହାକୁ ନେଇ ଆଜି ସେମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା କହିଛନ୍ତି । ନୟାଗଡ଼ ବିଜେଡି କାର୍ଯ୍ୟାଳୟ ଠାରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଦଳୀୟ ଉତ୍ତରୀୟ ଦେଇ ତାଙ୍କୁ ସ୍ୱାଗତ କରିଛନ୍ତି । ଏହି ମିଶ୍ରଣ ପର୍ବରେ ୧୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ବିଜୁ ଯୁବ ଜନତା ଦଳ ବ୍ଲକ ସଭାପତି ଦୁର୍ଯ୍ୟୋଧନ ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ବିଧାୟକ ସଦାସର୍ବଦା ଶାନ୍ତିକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ହିଂସାକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ବୋଲି ବ୍ଲକ ଅଧ୍ୟକ୍ଷ କହିଛନ୍ତି ।

Leave a Reply

Your email address will not be published. Required fields are marked *