ପର୍ଯ୍ୟଟନ କ୍ଷେତ୍ର ଅଶୋକଝର ଠାରେ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସୁକିନ୍ଦା ବ୍ଲକର ବନ୍ଧଗାଁ ପଞ୍ଚାୟତରେ ଏକ ସଚେତନତା ସାଇକଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଆସ୍ପାୟର ସଂଗଠନ ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନ୍ଧଗାଁ ଓ ଲେମ୍ବୁ ପଞ୍ଚାୟତର ଶତାଧିକ ଯୁବକ ଯୁବତୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବନ୍ଧଗାଁରୁ ଶତାଧିକ ଯୁବକ ଯୁବତୀ ସାଇକଲ ଶୋଭାଯାତ୍ରାରେ ବାହାରି ପର୍ଯ୍ୟଟନକ୍ଷେତ୍ର ଅଶୋକଝରରେ ପହଞ୍ଚିଥିଲେ । ଶୋଭାଯାତ୍ରାକାରୀ ମାନେ ଶିଶୁ ଶ୍ରମିକ ବନ୍ଦ କରିବା, ବାଲ୍ୟବିବାହ ବନ୍ଦ କରିବା, ସବୁ ପିଲାଙ୍କୁ ପାଠ ପଢ଼ିବାର ଅଧିକାର ଦେବା ଭଳି ସ୍ଲୋଗାନ ଦେଇ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସ୍ପାୟାର ବ୍ଲକ ସଂଯୋଜକ ସୁଦର୍ଶନ ପ୍ରଧାନ, ଅଭୟ କର, ତପନ କୁମାର ମହାନ୍ତ, ଗଜେନ୍ଦ୍ର ଟୁଡୁ, ଟୁକୁନା ବାରିକ, ସାଗର ବେହୁରା, ଦିପ୍ତିମୟୀ ମହାନ୍ତ, ବବିତା ମହାନ୍ତ ପ୍ରମୁଖଙ୍କ ସମେତ ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ । ଅଶୋକଝର ଠାରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *