ବାଣପୁର ରେ ଫିକା ପଡିଲା ବ୍ଲକ ସ୍ତରୀୟ ଲୋକ କଳା ଦିବସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ନିର୍ଦେଶ କ୍ରମେ ରାଜ୍ୟ ର ସମସ୍ତ ବ୍ଲକ ରେସ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଲୋକ କଳା ଦିବସ ପାଳନ କରା ଯାଉଥିବା ବେଳେ । ଏହି ଦିବସ ରେ ମହିଳା ଙ୍କ ମଧ୍ୟରେ ରଜ ଗୀତ, ଝୋଟି, ପୁଚି ଖେଳ ଓ ରଜପିଠା ,ଝୋଟି ଆଦି ପ୍ରତିଯୋଗୀତା ମାନ କରାଯାଇ ପୁରସ୍କୃତ କରାଯିବାକୁ ନିର୍ଦେଶ ରହିଛି । କିନ୍ତୁ ଧର୍ମ କୁ ଆଖି ଠାର ଭଳି ବାଣପୁର ବ୍ଲକ ରେ ଯେନ ତେନ ପ୍ରକାର ର କାର୍ଯ୍ୟକ୍ରମ ମାନ ମାତ୍ର କିଛ ମହିଳା ଗୋଷ୍ଠୀ କୁ ନେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରଜ ଦିନରେ ‌କରାଯାଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯିବାକୁ ନିର୍ଦେଶ ଥିବା ବେଳେ । ଆଜି ସେହି ଭଳି କିଛି କାର୍ଯ୍ୟକ୍ରମ କରା ନଯାଇ ବାଣପୁର ପଞ୍ଚାୟତ ସମିତି ସଭା ଗୃହ ରେ ଉପରୋକ୍ତ ପ୍ରତିଯୋଗୀତା ରେ ସାମିଲ ଥିବା ପ୍ରତିଯୋଗୀ ଙ୍କୁ ବ୍ଲକ କଳା ସଂସ୍କୃତି ସଙ୍ଘ ଓ ବାଣପୁର ତହସିଲଦାର ଓ ଏ ବିଡିଓ ଙ୍କ ଦ୍ୱାରା ପୁରସ୍କୃତ କରାଯିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା ମହିଳା ମାନଙ୍କ ଦ୍ୱାରା ବିଭିନ୍ନ ପିଠା ଓ ମିଠା ମାନ ପରସା ଯାଇଥିଲେ ହେଁ । କେବେଳ ଆୟୋଜକ ଙ୍କ ବଡ଼ ପଣିଆ ଦେଖାଇବା ପାଇଁ ଯେଉଁ ଭଳି ବହୁ ସମୟ ଧରି ଖୋଲା ରେ ରହିଥିବା ଓ ଉପଯୁକ୍ତ ପରିବେଶ ନଥିବାସ ସ୍ଥାନ ରେ ଖାଦ୍ୟ ପରିବେଷଣ କରାଯାଇଥିଲା । ସେଥିପ୍ରତି ଅଧିକାଂଶ ବୀତସ୍ପୃହ ଥିବାର ଅନୁଭବ କରାଯାଇଛି । ଏବଂ ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ ରୁ ବିଚ୍ୟୁତ ହୋଇଛି । ଏବଂ ଏହା ବହୁ ଆଡମ୍ବର ରେ ଲଘୁ କ୍ରିୟା ବୋଲି ସାଧାରଣ ରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *