ରଜ ରେ ମଜା ନେଉଛନ୍ତି ଅଞ୍ଚଳ ବାସି : ବାଲୁଗାଁ ବଡକୁଳ ଓଡ଼ିଆର୍ଟ ରେ ପହିଲି ରଜ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ ! ଆସିଛି ରଜଲୋ ହେବା ଆମେ ସଜବାଜ l ଗାଁ ଗହଳିରୁ ପୁରପଲ୍ଲୀ ଓ ସହର ସବୁଠି ରଜରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳେ, ଖାସ କରି ରଜରେ ଝିଅମାନେ ବେସ ସାଜସଜା ହୋଇ ବିଭିନ୍ନ ପିଠା ପଣା ଖାଇବା ସହିତ ନାଚଗୀତ ରେ ମସୁଗଲ ରହିଥାନ୍ତି ! ଦୋଳିରେ ମଜା ଉଠାଇ ରଜ ଗିତ ଗାଇବା ସହିତ ମିଠା ପାନ ମଧ୍ୟ୍ୟ ଖୁସିରେ ଖାଇଥାନ୍ତି l ଓଡ଼ିଶାର ଏହି ଗଣପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି l ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଓଡ଼ିଆର୍ଟ ଓ ପାନ୍ଥନିବାସ ରେ ବଡ ଧୂମଧାମ ରେ ପାଳିତ ହେଉଛି ରଜ ଉତ୍ସବ l ଏହି ଉତ୍ସବ ରେ ଆଖ ପାଖ ଅଞ୍ଚଳରୁ ଆରମ୍ଭ କରି ପର୍ଯ୍ୟଟକ ପର୍ଯ୍ୟନ୍ତ ଉତ୍ସବ ରେ ସାମିଲ ହୋଇ ଉପଭୋଗ କରିଥାନ୍ତି l ପ୍ରଥମ ଦିନରେ ଓଡ଼ିଆର୍ଟ ପରିସରରେ ଆୟୋଜିତ ରଜ ଉତ୍ସବ ପ୍ରତିଯୋଗିତା ରେ ୩୦ ଜଣରୁ ଉର୍ଦ୍ଧ୍ବ କୁଆଁରୀ ଝିଅ ଓ ବିବାହିତା ମହିଳା ଭାଗ ନେଇଥିଲେ । ପହିଲି ରଜ ରେ ମିୟୁଜିକ ଚେୟାର, ପୁଚି ଖେଳ ଭଳି ଅନେକ ପ୍ରତିଯୋଗିତା ହୋଇଥିଲା , କୃତିତ୍ୱ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କୁଆଁରୀ ଝିଅ ଓ ବିବାହିତା ମହିଳା ମାନଙ୍କୁ ରଜ ଶେଷ ଦିନରେ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *