ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟି ଯାଇଛି ଅଭାବନୀୟ ଘଟଣା । ନିଜ ଘରୁ ଦମ୍ପତି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଉଭୟ ନିଜେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳୁଛି । ମୃତ ଦମ୍ପତି ହେଉଛନ୍ତି ଟାଙ୍ଗୀ ସଦର ମହକୁମା ର ସିନେମାହଲ୍ ଛକ ନିକଟରେ ରହୁଥିବା ଦୁର୍ଗା ଚରଣ ପୃଷ୍ଟି ଏବଂ ତାଙ୍କର ପତ୍ନୀ । ଅଘଟଣ ସମ୍ପର୍କରେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ମୃତ୍ୟୁ ର କାରଣ ଖୋଜୁଛି । ଦମ୍ପଦି ଙ୍କ ଆତ୍ମହତ୍ୟା ମାନସିକ ଚାପ ଯୋଗୁଁ ହୋଇଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ଟାଙ୍ଗୀ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା : ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି !!!

