ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଓଡ଼ି ଆର୍ଟ ପରିସରରେ ତିନିଦିନ ଧରି ଆୟୋଜିତ ହୋଇଥିବା ଚଳିତ ବର୍ଷ ରଜ ଉତ୍ସବ ୨୦୨୩ ର ରଜର ରାଜ କୁମାରୀ ହେଲେ ଜୁନାଲି ସୁର ! ରଜର ରାଣୀ ହୋଇଛନ୍ତି ମମିତା ନରେନ୍ଦ୍ର ସିଂ ବର୍ମା । ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ , ଆସିଛି ରଜଲୋ ହେବା ଆମେ ସଜବାଜ l ଗାଁ ଗହଳିରୁ ଠୁ ଧରି ପୁରପଲ୍ଲୀ ଓ ସହର ସବୁଠି ରଜରେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ଖାସ କରି ରଜରେ ଝିଅମାନେ ବେସ ସାଜସଜା ହୋଇ ବିଭିନ୍ନ ପିଠା ପଣା ଖାଇବା ସହିତ ନାଚଗୀତ ରେ ମସୁଗଲ ରହିଥାନ୍ତି ଏବଂ ଦୋଳିରେ ମଜା ଉଠାଇ ରଜଗିତ ଗାଇବା ସହିତ ମିଠା ପାନ ମଧ୍ୟ୍ୟ ଖୁସିରେ ଖାଇଥାନ୍ତି l ଓଡ଼ିଶାର ଏହି ଗଣପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି l ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୁଳ ଓଡ଼ି ଆର୍ଟ ପରିସରରେ ତିନିଦିନ ବଡ ଧୂମଧାମ ରେ ପାଳିତ ହେଇ ଯାଇଛି ରଜ ଉତ୍ସବ ୨୦୨୩ l ରଜ ଉତ୍ସବ ର ପ୍ରଥମ ଦିନ, ଦ୍ୱିତୀୟ ଦିନ ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ ତୃତୀୟ ଦିନରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ମିୟୁଜିକ୍ ଚେୟାର, ଝୋଟି, ମେହେନ୍ଦି, ଗୀତ ଗାଇବା, ପିଠା କରିବା, ନାଚ କରିବା, କୁଇଜ ପତିଯୋଗିତା ପରି ଅନେକ ପ୍ରତିଯୋଗିତା ହୋଇଥିଲା । ଏଥିରେ ବାଲୁଗାଁ ବାଣପୁର ଅଞ୍ଚଳର ପ୍ରାୟ ୪୦ ବାଳିକା ଓ ମହିଳା ଭାଗ ନେଇଥିଲେ। ଶେଷ ଦିନ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ,ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ବାଳିକା ଓ ମହିଳା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଚଳିତ ବର୍ଷ ସମସ୍ତ କୁଆଁରୀ ଝିଅଙ୍କୁ ପଛରେ ପକାଇ ବାଲୁଗାଁ ନୂଆଗଡ ଗ୍ରାମର ଝିଅ ଜୁନାଲି ସୁର ରଜ ଉତ୍ସବର ରଜରାଜ କୁମାରୀ ୨୦୨୩ ହୋଇ ପାରିଛନ୍ତି ଏବଂ ରଜର ରାଣୀ ହିସାବରେ ମମିତା ନରେନ୍ଦ୍ର ସିଂ ବର୍ମା ପୁରସ୍କୃତ ହୋଇଛନ୍ତି।।
ବାଲୁଗାଁ ଓଡ଼ି ଆର୍ଟ ପରିସରରେ ଆୟୋଜିତ ରଜ ଉତ୍ସବ ୨୦୨୩ : ରଜ ର ରାଜ କୁମାରୀ ହେଲେ ଜୁନାଲି ସୁର !!!

