କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଣେ ଯୁବ ସୁଲଭ ପ୍ରତିଭା, ଅନନ୍ୟ ଆଦର୍ଶ ଆଉ ସ୍ୱାଭିମାନର ପ୍ରତୀକ ଦକ୍ଷ ସଂଗଠକ ତଥା ଯୁବ ସମାଜସେବୀ ଜ୍ଞାନ ରଂଜନ ସାହୁ । ଛାତ୍ର ଜୀବନରୁ ଜ୍ଞାନ ରଞ୍ଜନଙ୍କର ଆରମ୍ଭ ହୋଇଛି ସେବାକାର୍ଯ୍ଯ I ତାଙ୍କର ଏହି ମହନୀୟତା ରୂପରେଖ ନେଇଛି ଏକ ଅଗ୍ରଣୀ ସାମାଜିକ ସଙ୍ଗଠନ ଓଡ଼ିଶା ସୋସାଇଟି ଫର୍ ସୋସିଆଲ ରିଫର୍ମେସନ୍(ଓଏସଏସଆର) ନାମରେ I ଏହି ସଂଗଠନ ମାଧ୍ୟମରେ ହିଁ ସେ ବିଭିନ୍ନ ସମାଜସେବା, ରକ୍ତଦାନ ଶିବିରର ଆୟୋଜନ, ଜନ ସଚେତନତା, ପରିବେଶ ସୁରକ୍ଷା ଆଦି ଅନେକ ଜନ ହିତକର କାର୍ଯ୍ୟର ମଙ୍ଗ ଧରି ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପିତା ମହେଶ୍ବର ସାହୁ ଓ ମାତା ତିଳୋତ୍ତମା ସାହୁଙ୍କ କୋଳମଣ୍ଡନ କରି ୧୯୯୦ ମସିହାରେ ଯାଜପୁର ଜିଲ୍ଲା ଦଶରଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଜ୍ଞାନ ରଞ୍ଜନ । ଦଶରଥପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ ପରେ ଜୟପୁର ଜାତୀୟ ବିଦ୍ୟାଳୟରୁ ଡିଗ୍ରୀ, ଧନେଶ୍ଵର ଇନଷ୍ଟିଚୁଟ୍ ଅଫ ମେଡିକାଲ ଟେକ୍ନୋଲୋଜିରୁ ଡିଏମଆଇଟି ମେଡିକାଲ ପାଠ୍ୟକ୍ରମ ସମାପନ କରିଥିଲେ ସେ l ପରେ ଅଧୁନା ରାଜ୍ୟର ଅଗ୍ରଣୀ ତଥା ଅତ୍ୟାଧୁନିକ ସେବା ପ୍ରଦାନ କରିଥିବା ଉତ୍କଳ ହସ୍ପିଟାଲ ଭୁବନେଶ୍ବରରେ ରେଡ଼ିଓଲୋଜି ବିଭାଗର ସୁପରଭାଇଜର ସହିତ ବରିଷ୍ଟ ଏମଆରଆଇ ଟେକ୍ନିସିଆନ ଭାବେ କାର୍ଯ୍ୟରତ । ଏହି ମହତ ଚିନ୍ତାଧାରା ଥିବା ବ୍ୟକ୍ତିତ୍ୱ ଜଣଙ୍କ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହେଉଛି ସମାଜ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା ! ଏଥି ସହ ନିଜ ପ୍ରଚେଷ୍ଟାରେ ଏବଂ ଅନ୍ୟ ସହଯୋଗୀ ବଂଧୁ ମାନକଙ୍କ ସାମୂହିକ ସହଯୋଗରେ ସମାଜ ହିତ ସାଧନା ପାଇଁ ନିରନ୍ତର ସେବା କାର୍ଯ୍ୟ କରି ଚାଲିଛନ୍ତି । ତାଙ୍କର ଏହି ମହନୀୟତାର ସ୍ୱୀକୃତି ସ୍ୱରୂପ ସେ ବହୁ ରାଜ୍ୟ ସ୍ତରୀୟ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ ଆଉ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା । ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ଅଭାବୀ ମେଧା ବିଦ୍ୟାର୍ଥୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ, ଅସହାୟଙ୍କୁ ଖାଦ୍ୟ ବଣ୍ଟନ, ସ୍ବାସ୍ଥ୍ୟ ସଚେତନତା ଶିବିର ସହ ଔଷଧ ବଣ୍ଟନ ଆଦି ଅନେକ ମାନବଧର୍ମୀ କାର୍ଯ୍ୟର ସେ ଅନନ୍ୟ ସୃଜନଶୀଳ ସ୍ରଷ୍ଟା । ଚାକିରୀ ଜୀବନରେ ରୋଗୀ ସେବା ଏବଂ ରୋଗ ନିବାରଣ ଦିଗରେ ତାଙ୍କର ଅହରହ ଉଦ୍ୟମ ପ୍ରକୃତରେ ପ୍ରାଣସ୍ପର୍ଶୀ ।
ସୁସ୍ଥ ସମାଜ ଗଠନର ଅନନ୍ୟ କାର୍ଯ୍ୟକର୍ତ୍ତା : ଯୁବ ସଂଗଠକ ଜ୍ଞାନ ରଂଜନ ସାହୁ !!!

