କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା କଟକ ସଦର ତଥା କଟକ ସହର ଏବଂ ଅନ୍ୟ ଅଞ୍ଚଳକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୮୩ ନଂ ରୁଟ ଧବଳେଶ୍ଵର ଭାୟା ୪୨ ମୌଜା – କନ୍ଦରପୁର ଅଞ୍ଚଳକୁ ରାଜ୍ୟ ସରକାରଙ୍କ ତରଫରୁ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି “ମୋ ବସ୍” ସେବା ଚାଲୁ ରହିଥିଲା । କିନ୍ତୁ ଚଳିତ ମାସ ୩ ତାରିଖରେ ଦଧିବାମନପୁର ବଜାରରେ ଦୁର୍ଘଟଣା ଘଟିବା ପରଠାରୁ ମୋ ବସ୍ ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ଯଦ୍ୱାରା ଅଞ୍ଚଳବାସୀଙ୍କ ତରଫରୁ ଗଣମାଧ୍ୟମରେ ଓ ଯୋଗାଯୋଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କତ୍ତୃପକ୍ଷ ଓ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମୋ ବସ୍ ଚଳାଚଳରେ ସୁଧାର ଆସି ନ ଥିଲା । ଏଥିପାଇଁ ପୁନଃ ମୋ ବସ୍ ସେବା ଚାଲୁ କରିବା ପାଇଁ ବାଧ୍ୟହୋଇ ସୁସ୍ଥ ସମାଜ ମିଶନ ତରଫରୁ ତା – ୧୯.୦୬.୨୦୨୩ ରିଖ ୧୨ ଘଟିକା ସମୟରେ ଜିଲ୍ଲାପାଳ,କଟକଙ୍କ ତ୍ୱରିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ଅଭିଯୋଗ, ନିବେଦନ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେଠାରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିବାବେଳେ ଜିଲ୍ଲାପାଳ ଡ.ଭବାନୀ ଶଙ୍କର ଚୟନୀ ଜନଶୁଣାଣୀ ଶିବିରରେ ଉପସ୍ଥିତ କଟକ ଆରଟିଓ(R.T.O.) ଏବଂ ସିଏମଡି କ୍ରୁଟ (CMD CRUT) ଅଧିକାରୀଙ୍କୁ ଅଭିଯୋଗ ହସ୍ତାନ୍ତର କରି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ୨୪ ଘଣ୍ଟା ମଧ୍ୟରେ ୪୨ ମୌଜାକୁ ମୋ ବସ୍ ସେବା ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ସୁସ୍ଥ ସମାଜ ମିଶନ ତରଫରୁ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ସହିତ ସଭ୍ୟ ଭାଗବତ ପତି, ଲକ୍ଷ୍ମଣ ଦିକ୍ଷୀତ, ଦେବାଶିଷ ଦିକ୍ଷୀତ, ପର୍ଶୁରାମ ବେହେରା, ଚିନ୍ମୟ ଦାଶ, ଦିଲ୍ଲୀପ ପାଣିଗ୍ରାହୀ ଓ ଅନ୍ୟ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।